ହେ କଳା ଶ୍ରୀମୁଖ
ହେ କଳା ଶ୍ରୀମୁଖ
1 min
341
କଳାଦେହେ ତାର ନାଲି ଛିଟପାଟ
ହୃଦୟରେ ନାହିଁ କିଛି ଛନ୍ଦକପଟ
ଦେଖିବାକୁ ତୁ କେତେ ଚିକ୍କଣ କଳା
କଳା ଦେହେ ତୋର ରଙ୍ଗ ଅଧରବୋଳା
ଖଣ୍ଡୁଆ ପାଟଟି ସେତ ପିନ୍ଧିଛୁ ଭିଡି
ମୁଣ୍ଡରେ ବାନ୍ଧିଛୁ ତୁ ନାଲି ପଗଡି
ଗଳାରେ ଲମ୍ବିଛି ମଲ୍ଲୀର ମାଳ
ମୁଣ୍ଡରେ ଖୋସିଛୁ ତୁ ଦୟଣାଚୂଳ
ଆହାକି ସୁନ୍ଦର ତୋର କମନୀୟ କାନ୍ତି
ନିତି ସକାଳୁ ତତେ ଦର୍ଶନ କରନ୍ତି ।
