STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ହେ କୈଳାସେଶ୍ଵର

ହେ କୈଳାସେଶ୍ଵର

1 min
9.3K


କୈଳାସେଶ୍ଵର ଶିବ ଶଙ୍କର ହେ

ତ୍ରିଲୋଚନ ତ୍ରୟମ୍ଵକ ପିନାକ ଧର ହେ ।।

ମହା ଯୋଗୀ ଯୋଗେଶ୍ଵର ଶମ୍ଭୁ ପଶୁପତି

ଭୂତପତି ଭୂତେଶ ହେ ନଟରାଜ ମୂର୍ତ୍ତି

ସଂସାର ମଙ୍ଗଳକାରି ମହା ମହେଶ୍ଵର

କୈଳାସେଶ୍ଵର ।।

ଶ୍ମଶାନ ଭସ୍ମ ଭୂଷଣ ହେ ବିଷ ଭୂଷଣ

ହଳାହଳ ପାନେ ନୀଳକଣ୍ଠ ତୁମ ନାମ

ମଙ୍ଗଳମୟ ମଙ୍ଗଳ ପୁରୁଷ ଈଶ୍ଵର

କୈଳାସେଶ୍ଵର .।।

ଭକତ ଭାବରେ ଭୋଳା ହର ଦିଗମ୍ଵର

ଯୋଗାରୁଢ ପୁରୁଷ ହେ ଦୟା ଅବତାର

ଅକର୍ମ କର୍ମ ଦାୟକ ହର ମହେଶ୍ଵର

କୈଳାସେଶ୍ଵର .।।

ଶକ୍ତି ସଂଯୁକ୍ତ ପ୍ରକୃତି ପୁରୁଷ ଆକାର

ଗଳାରେ ଶୋଭିତ ଚମ୍ପା,ଗୟସର ହାର

ଲିଙ୍ଗ ରୂପି ଦେବଦେବ ଶ୍ରୀ ଚନ୍ଦ୍ରଶେଖର

କୈଳାସେଶ୍ଵର ।।

କପାଳ ମାଳା ରୁଦ୍ରାକ୍ଷ ଗଳେ ବିରୁପାକ୍ଷ

ଜଟାଧାରୀ ଜଟା ଆହା ଜାହ୍ନବୀ ଶୋଭିତ

ପ୍ରଫୁଲ୍ଲ ଭକତି ଘେନାକର , ଗଙ୍ଗାଧର

କୈଳାସେଶ୍ଵର ।।

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା


Rate this content
Log in