Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanduri Charan Rout

Others

2  

Kanduri Charan Rout

Others

ହେ ଜଗନ୍ନାଥ

ହେ ଜଗନ୍ନାଥ

1 min
6.4K


ହେ ଜଗନ୍ନାଥ *କଣ୍ଡୁରୀ ଚରଣ ରାଉତ

----------------------------------

ତିନିପୁର ସାର କରୁଣା ସାଗର

ତୁମେ ଜଗତର ନାଥ

ଗୁଣ୍ଡିଚା ଯାତରେ ବରଷକେ ଥରେ

ବିଜେ ନନ୍ଦିଘୋଷ ରଥ ।

ବରଷକେ ଥରେ ଭକତ ପ୍ରେମରେ

ହୋଇଥାଅ ପ୍ରଭୂ ବାଇ

ଶରଧା ବାଲିର ସେନେହ ଶରଧା

ମିଳିବନି ଅାଉ କାହିଁ ।

ମହାପ୍ରସାଦରେ ଯେ ଅାତ୍ମପ୍ରସାଦ

ଦେଖିଦେଲେ ପେଟ ପୁରେ

ଅାନନ୍ଦ ବଜାର ମଜା ମିଳେନାହିଁ

ଅାଉ କେଉଁ ବଜାରରେ ।

ପତିତମାନଙ୍କ ଉଦ୍ଧାର ପାଇଁକି

ପତିତପାବନ ବାନା

ବଡ ଦେଉଳର ନୀଳଚକ୍ର ପରେ

ଉଡେ ଫରଫର ସିନା ।

***

ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍,ଧଣ୍ଡାମାଳ

ଦେଓଗାଁ,ବଲାଙ୍ଗିର

ମୋ.୯୯୩୭୯୮୨୮୪୬


Rate this content
Log in