STORYMIRROR

Kalyani Nanda

Others

2.5  

Kalyani Nanda

Others

ହେ ଜଗଦୀଶ୍ବର

ହେ ଜଗଦୀଶ୍ବର

1 min
13.3K



ହେ ଜଗଦୀଶ୍ବର ଭୁବନମଣ୍ଡଳର

ତୁମେ ପ୍ରାଣକର୍ତ୍ତା ଗତି ମୁକ୍ତି ଦାତା

ସର୍ବ ଅଧୀଶ୍ଵର,,,,।0।

ଦୁଃଖ କିଆରୀରୁ ତୁମେ

ସୁଖ କର ତିଆରି

ବାଛି ବାଛି ସନ୍ଥଜନେ

ନିଅ ତୁମେ ଆଦରି

ବ୍ରହ୍ମରୁ କୀଟ ଯାବତ

ତୁମେ ଅଛ ନିରତ

ଯା ପାଦ ଧୋଇବା ପାଇଁ

ସଦା ବ୍ୟସ୍ତ ଈଶ୍ୱର

ହେ ଜଗଦୀଶ୍ବର,,,,,,,,।1।

ଦାସାନୁଦାସ ଭକ୍ତର

ହୋଇଥାଅ ଅନୁଚର

କସଟି ପଥରେ କଷି

ନିତି ପରଖ ବସି

ଅବୋଧ ଅଧମ

କ୍ଷମାର ଅକ୍ଷମ

ହେ କରୁଣା ସାଗର

ହେ ଜଗଦୀଶ୍ବର,,,,,,,,,।2।


କଲ୍ୟାଣୀ ନନ୍ଦ

ଫକୀର ମୋହନ ସାହିତ୍ୟ ପରିଷଦ, ବାଲେଶ୍ୱର


Rate this content
Log in