STORYMIRROR

Ambuja Mohanty

Others

4  

Ambuja Mohanty

Others

ହେ ଈଶ୍ୱର

ହେ ଈଶ୍ୱର

1 min
216

କିଏ ଦେଖିଛି ତୁମକୁ,

ତୁମ ସ୍ୱରୂପ ଓ ଶକ୍ତିକୁ

ତୁମେ ଅଦୃଶ୍ୟ ଓ ନିରାକାର

କିନ୍ତୁ ଇଛା ସଭିଙ୍କ ପୁରାକର ।


ତୁମ୍ଭ ବିନା ବୃକ୍ଷ ପତ୍ର ଶୂନ୍ୟ

ତୁମ୍ଭ ବିନା ସଙ୍ଗୀତ ମୂର୍ଚ୍ଛନା ବିହୀନ

ତୁମ୍ଭ ନିର୍ଦ୍ଦେଶେ ପ୍ରଭା ବିଛାଡେ କିରଣ

ତୁମ୍ଭ ନିମନ୍ତେ ସୃଷ୍ଟିରେ ସଂଚାରେ ଜୀବନ ।


ଆଜି ହୃଦୟ ମୋର ଭାଷା ଶୂନ୍ୟ

ତୁମ୍ଭ ପ୍ରତି କୃତଜ୍ଞ ଓ ଭକ୍ତିରେ ଲୀନ

କିନ୍ତୁ ମନରେ ଅଛି କେତେଯେ ଅଭିମାନ

କାହିଁକି ତୁମ୍ଭେ କରନାହିଁ ତାର ଭଞ୍ଜନ ।


ହେ ଇଚ୍ଛାମୟ,

ହେ ଲୀଳାମୟ,

ତୁମ୍ଭେ ପରା ଅନ୍ତର୍ଯ୍ୟାମୀ

କିମ୍ପାଇ ଆସେ ମନରେ ସଂଶୟ

ହୃଦ ବିଶ୍ୱାସ କରେନି ବିପଦେ ଶକ୍ତି ତୁମର

କାହିଁ ତିମିର ଢାଙ୍କି ଦିଏ ଘନ ଛାୟା ତାର

କାହିଁକି ମନ ବିଚଳିତ ହୁଏ ବାରମ୍ବାର

ଗୁହାରି ଶୁଣ ଦିନନାଥ,ମୁଁ ତୁମ୍ଭ କିଙ୍କର

ହୃଦରେ ସଂଚାର କର ଅପାର ବିଶ୍ୱାସ

ଦୁଷ୍ଟ ଶକ୍ତି ହେଉ ମସ୍ତିଷ୍କରୁ ନାଶ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍