STORYMIRROR

Amulya Kumar Nayak

Others

3  

Amulya Kumar Nayak

Others

ହେ ଗଣପତି

ହେ ଗଣପତି

1 min
138


ଆହେ ଲମ୍ବୋଦର ଊମାର କୁମର

   ଦେବାଗ୍ରଜ ଦେବ ବୀର

ବିଘ୍ନ ବିନାଶକ ବାହାନ ମୂଷିକ

    ସୁତ ଗୌରୀ ଶଙ୍କର ।।


ଗଜେନ୍ଦ୍ର ବଦନ ଗଉରୀ ନନ୍ଦନ

    ଗଣନାଥ ଗଣେଶ୍ବର

ମଳୁଖରୁ ଜାତ ହେ ପାର୍ବତୀ ସୁତ

    ବିଦ୍ଯା ବୁଦ୍ଧି ଜ୍ଞାନେଶ୍ବର ।।


ଆହେ ବିନାୟକ ସିଦ୍ଧି ପ୍ରଦାୟକ

   ଜ୍ଞାନଦାତା ଭଗବାନ

ବକ୍ରତୁଣ୍ଡ କାୟ ଆହେ ଲୀଳାମୟ

   ତ୍ରୀଖଡିରୁ ଦିଅ ଜ୍ଞାନ ।।


ଆହେ ଚତୁର୍ଭୁଜ ଧୁମ୍ରବର୍ଣ୍ଣ ସୃଜ

    ଅବନୀଶ ହେ କବୀଶ

ରିଦ୍ଧି ସିଦ୍ଧି ଦାତା ଜ୍ଞାନ ବୁଦ୍ଧି ଦାତା

   ଦିଅ ହେ ତବ ଆଶିଷ ।।


ମଙ୍ଗଳେ ମାଙ୍ଗଲ୍ଯେ ସୁବାଷିତ ଜଳେ

    ଆରମ୍ଭଇ ପୂଜାବିଧି

ଚତୁର୍ଦ୍ଦିଗେ ଶୁଭେ ତୁମରି ବନ୍ଦନା

    ସ୍ବର୍ଗରୁ ଝରେ ବାରିଧି ।।


ଭାଦ୍ର ଶୁକ୍ଳ ପକ୍ଷେ ଚତୁର୍ଥୀ ଦିବସେ

    ଆସ ଓହ୍ଲାଇ ମରତ୍ତେ

ଶିଶୁର ହସରେ କିଶୋର ରସରେ

     ସଭିଙ୍କ ହୃଦୟ ଚିତ୍ତେ ।।


ଆହେ ଏକଦନ୍ତ ପ୍ରଭୁ ବଳବନ୍ତ

    କରୋନାର କାୟା ଜାଲେ

ନିଷ୍ପେସିତ ଆଜି ମାନବ ସଂପଦ

     ମୁକ୍ତି କର ତବ ବଳେ ।।


ଯାଉ ମହାମାରୀ ଏହି ମର୍ତ୍ତ୍ଯପୁରୀ

    ତୁମରି ଆଶୀଷ ପାଇ

ହସି ଉଠୁ ଧରା ଝରୁ ମଧୁ ଧାରା

    ତୁମ ନାମ ଗାଇ ଗାଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍