STORYMIRROR

Ramani Kanta Sahu

Others

4  

Ramani Kanta Sahu

Others

ହେ ଗଙ୍ଗାଧର ତମେ ଅମର

ହେ ଗଙ୍ଗାଧର ତମେ ଅମର

1 min
478


ହେ ଗଙ୍ଗାଧର

ଓଡ଼ିଆ ସାହିତ୍ୟ ଗଗନର ସମୁଜ୍ଜଳ ଜୌତିଷ୍କ

ତୁମ କାଵ୍ୟ କବିତାର କିରଣେ 

ଆଲୋକିତ ଓଡ଼ିଆ ସାହିତ୍ୟ ଆକାଶ।


ହେ ଅମୃତର କଵି

ଦେଖାଇଲ ତମେ ମଧୁମୟ ବିଶ୍ବ

ଦେଖାଇଲ ତମେ ଅମୃତମୟ ବିଶ୍ବ

ମହିମା କବିତା ତମ ଦେଖାଏ ସଦା

ପରୋପକାରର ପଥ।


ହେ ପ୍ରକୃତି କବି

ପ୍ରକୃତି ଚିତ୍ରଣରେ ତମେ ନିଖୁଣ

ପ୍ରକୃତି ଓ ମାନବର ଅନ୍ତରଙ୍ଗ ସମ୍ବନ୍ଧ

ତପସ୍ୱିନୀ କାବ୍ୟରେ କଲ ଚିତ୍ରଣ।


ହେ ସାହିତ୍ୟ ବୀର

ନିପୁଣତା ଦେଖାଇଲ ରସ ସଂଯୋଜନାର

ନାନା ରସ ସମାବେଶେ ରଚିଲ ପ୍ରଣୟବଲ୍ଲରି

ଓଡିଆ ସାହିତ୍ୟ କୁ ଦେଲ ଉପହାର।


ହେ ସ୍ୱଭାବ କବି

ଉଚ୍ଚମନା ହେବା ପାଇଁ ସଦା ଦେଇଗଲ ବାର୍ତା

ହୀନମନ୍ୟତା ନିଜ ଦୁର୍ବଳତା

ପ୍ରଣୟବଲ୍ଲରି କାବ୍ୟରେ ଦର୍ଶାଇଲ ଏ କଥା।


ହେ ମାନବିକତାର କଵି

ଇନ୍ଦୁମତି ଓ କୀଚକବଧରେ ଦର୍ଶାଇଲ

ବାସ୍ତବ ମୁଖୀନତା ଆଦର୍ଶ ଓ ବାସ୍ତବର ସଂଘର୍ଷ

ରସାପ୍ଲୁତ କଲ ଓଡ଼ିଆ କାଵ୍ୟ ପରିବେଶ।


ହେ ଆଲୋକର କବି

ଅଲୋକବର୍ତିକା ସଦୃଶ ତମ କାବ୍ୟ କବିତା

ଦିଗହରା ମଣିଷକୁ ଦେଖାଉଛି ରାହା

କରିଚାଲିଛି ଜନମାନସର ସଂସ୍କାର।

ହେ ସହିତ୍ୟବୀର, ତମେ ଅମର

ହେ ଗଙ୍ଗାଧର ,ତମେ ଅମର

ହେ ଗଙ୍ଗାଧର , ତମେ ଅମର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍