STORYMIRROR

BISWESWAR MAJHI

Others

3  

BISWESWAR MAJHI

Others

ହେ ଗାନ୍ଧୀ ମହାତ୍ମା

ହେ ଗାନ୍ଧୀ ମହାତ୍ମା

1 min
488

ଥରେ ଦେଖିଯାଅ ତୁମ ସ୍ୱରାଜ ସପନ

ବିଭୀଷିକା ଭରା ତହିଁ ହେଲାଣି ବିଦୀର୍ଣ୍ଣ।

ରାମ ରାଜ୍ୟ ନାରା ରାମ ମନ୍ଦିରେ ସୀମିତ

ମଦର ବନ୍ୟା କରଇ ନାନା ଉତପାତ।

ଅସମାନତା ବଢ଼ୁଛି ଡେଣା ତା ମେଲାଇ

ଗରିବ ଗରିବ ରହେ ଧନୀ ଧନୀ ହୋଇ।

ତବ ଅବର୍ତ୍ତମାନରେ ମସ୍ତକ ମହିମା

ଅପ୍ରମିତ ଲୀଳା କରେ ଦେଖାଏ ଗାରିମା।

ଗାନ୍ଧୀ ମୁଣ୍ଡ ନାମେ ଯାହା ହୋଇଛି ନାମିତ

କଲମ ନଚାଲେ ନ ହେଲେ ସେ ପକେଟସ୍ଥ।

କୌଟିଲ୍ୟ ଅର୍ଥଶାସ୍ତ୍ରରେ ଯା ବର୍ଣ୍ଣନା ନାହିଁ

ସାକାର କରଇ ତାକୁ ଗାନ୍ଧୀ ମୁଣ୍ଡ ସେହି।

ମଦ ବନ୍ୟା ଉଜାଡୁଛି କେତେ ତ ସଂସାର

ପତ୍ନୀ ନାମକୁ ସଧବା ଭାଗ୍ୟ ତା ଅସାର।

ନାରୀ କାହିଁ ସ୍ୱେଛାଚାରୀ କେ ଅତ୍ୟାଚାରିତ

ସ୍ପଷ୍ଟ ଦିବାଲୋକେ କାହିଁ ହରାଏ ଅସ୍ତିତ୍ୱ।

ରାଜନେତା ଛଳବଳେ ଜିତି ନିର୍ବାଚନ

ସତ୍ୟ ଧର୍ମ ଶାସନକୁ ଦ୍ୟନ୍ତି ନିର୍ବାସନ।

ଗାନ୍ଧୀବାଦ ବଳେ ଆଫ୍ରିକାରେ ସ୍ୱାଧୀନତା

ଏଦେଶର ଯୁବା ପାଇଁ ହୁଏ ମୁଣ୍ଡ ବ୍ୟଥା।

ଚଷମା ତୁମର ଆଜ ସ୍ୱଛତାର ଚିହ୍ନ

ସ୍ୱଛତାର ସ୍ରୁଷ୍ଟିକର୍ତ୍ତା ହେଲ ଅକିଂଚନ।

ନାଥୁରାମ ଦେଶଭକ୍ତ ତୁମେ ଦେଶଦ୍ରୋହୀ

ନୋଟରୁ ମୁଣ୍ଡ ହଟିବ ଚାଲେ କାର୍ଯ୍ୟବାହୀ।

ଦେଶେ ଦେଶେ ସିନା ତୁମ ମୂର୍ତ୍ତି ସଂସ୍ଥାପିତ

ଆପଣା ଦେଶରେ ତୁମେ ହେବ ନିର୍ବାସିତ।

ଥରେ ଫେରିଆସ ବାପୁ ବାଡି ଖଣ୍ଡେ ଧରି

ଦେଖନ୍ତୁ ସ୍ୱରୂପ ତବ ଅବିମ୍ରୁଶ୍ୟକାରୀ।

     


Rate this content
Log in