STORYMIRROR

Prasanta kumar Hota

Others

3  

Prasanta kumar Hota

Others

ହେ ଦୀନବନ୍ଧୁ ଦୈତାରୀ

ହେ ଦୀନବନ୍ଧୁ ଦୈତାରୀ

1 min
5.0K


କାହାକୁ ମୁଁ କରିବିହେ ଗୁହାରି

ହେ ଦିନବନ୍ଧୁ ଦିନ ଦୁଃଖ ଦଇତାରୀ


ଯେତେ ଡାକ ଦେଲେ ତୋତେ

ଶୁଣ ନାହିଁ କେବେ ମୋତେ

ଗୁମାନ କି ଆସେଏତେ

ହେବା ପାଇଁ ହୃଦଗତେ

ଜପି ଜପି ତୋର ନାମ ଆସିଲାଣି ଅଶ୍ରୁବାରି

କାହାକୁ ମୁଁ କରିବିହେ ଗୁହାରି

ହେ ଦିନବନ୍ଧୁ ଦିନ ଦୁଃଖ ଦଇତାରୀ


ଭୋକ ଶୋଷ ଲାଗୁନାହିଁ

ତୋ ବାଟକୁ ଅଛି ଚାହିଁ

କୃପା ତୋର ଅକୁପାର

ନାହିଁ ତୋର ଅବିଚାର

କରିଦେ ସେବକ ତୋର ରହିଥିବି ପଢିଆରୀ

କାହାକୁ ମୁଁ କରିବିହେ ଗୁହାରି

ହେ ଦିନବନ୍ଧୁ ଦିନ ଦୁଃଖ ଦଇତାରୀ


ଏ ଘଟ ରଖିଛି ତୋର

ପୁରୁନାହିଁ ଶୋଷ ମୋର

ତୃଷା ଆସେ ଅସୁମାର

କଦନ କର ବାହାର

ବିତିଯାଏ ବିଭାବରୀ ହୃଦୟରେ କୋହ ଭରି

କାହାକୁ ମୁଁ କରିବିହେ ଗୁହାରି

ହେ ଦିନବନ୍ଧୁ ଦିନ ଦୁଃଖ ଦଇତାରୀ


ମନରେ ଅଛି କି ପାଞ୍ଚ

କରିବାକୁ ପରପଞ୍ଚ

ଶୁଣୁନାହଁ ସେଥିପାଇଁ

ଯେତେଡାକ ଡାକୁଥାଇ

ଅଥୟ କରୁଛ ମୋତେ ହେବାପାଇଁ ଭବୁ ପାରି

କାହାକୁ ମୁଁ କରିବିହେ ଗୁହାରି

ହେ ଦିନବନ୍ଧୁ ଦିନ ଦୁଃଖ ଦଇତାରୀ


ଦେଇଛ ସଂସାର ସୁଖ

ନାହିଁ ମୋର ସେଥି ମୂଖ

ଅସ୍ତଗାମୀ ଅପଘନ

ସରିଲାଣି ମୋର ଦିନ

ସରିଯିବ ଜୀବକାଳ ଆଉକି ପାରିବି ଧରି

କାହାକୁ ମୁଁ କରିବିହେ ଗୁହାରି

ହେ ଦିନବନ୍ଧୁ ଦିନ ଦୁଃଖ ଦଇତାରୀ


ପ୍ରଶାନ୍ତ କୁମାର ହୋତା


Rate this content
Log in