ହେ ଧରା
ହେ ଧରା
ଦେଖି ପାରିବିନି ମୁଁ ଆଉ ତୋର ସେ
ଅନାବୃତ୍ତ ଚେହେରାକୁ ,
ନା ପାରିବିନି ଦେଖି ,କେବେ ବି ପାରିବିନି
ତୋର ସେ ଶ୍ରୀହିନ ବେଶକୁ ।
ତୋର ମନେ ଅଛି କି ନାହିଁ ମୁଁ ଜାଣେନା
ହେଲେ ଭୁଲିନି ମୁଁ କେବେ ,
କେତେ ସୁନ୍ଦର ଥିଲା ତୋର ସେ ରୂପ
କେମିତି ଭୂଲିବି କହ ଏବେ ।
ଚର୍ତୁଃଦିଗେ ଶ୍ୟାମଳ ଶାଢୀଟି ତୋତେ
ଆବୃତ୍ତ କରି ରଖିଥିଲା ,
ରଙ୍ଗୀନ ପୁଷ୍ପ ମାନ ଥିଲା ସେ ଶାଢୀ ର ଧଡି
ଆକର୍ଷଣ ର ସତରେ କଳନା ନ ଥିଲା ।
ଆଧୁନିକତାର ଡିମଡିମ୍ ପିଟୁଥିବା ଏ ସମାଜ
ଆଜି ତୋତେ କରିଛି ଉଲଗ୍ନ ,
ନଭଶ୍ଚୁମ୍ଭୀ ଅଟ୍ଟାଳିକା ଗଠନ ଲାଳସାରେ
ଛଡାଇଛି ତୋ ଠୁ ତୋର ସମ୍ମାନ ।
ବର୍ଦ୍ଧିତ ଜନସଂଖ୍ୟାର ମୁକାବିଲା ପାଇଁ
ବଢାଇଛି କେତେ କାରଖାନା ,
ତୋ ଦେହରୁ ଫିଙ୍ଗି ଦେଇଛି ସେ ତୋ ସବୁଜ ଶାଢୀକୁ ,
ପିନ୍ଧାଇଛି ସେ କାରଖାନା ମଳର ଆବରଣକୁ ,
ପିଆଇଛି ସେ ପରିତ୍ୟକ୍ତ ଜଳକୁ ।
ସର୍ବଂସହା ତୋର ନାମ ବୋଲି ତୁ କଣ ସବୁ ସହିଯିବୁ ,
ପ୍ରଶ୍ନ କରିବୁନି ଏ ଜଗତବାସୀଙ୍କୁ..... ?
କିଏ ଦେଲା ତାଙ୍କୁ ଅଧିକାର ତୋ ସମ୍ପତ୍ତି ଲୁଟିବାକୁ ... ?
ତୋ ସୌନ୍ଦର୍ଯ୍ୟ କୁ ଲୁଟିବାକୁ.....?
ତୋ ଦେହର ସେ ଜଙ୍ଗଲ ,ସେ କାନନ
ବାସ ଦେଇଥିଲା ବନ୍ୟପ୍ରାଣୀଙ୍କୁ ,
ଆଜି ସେ ପ୍ରାଣୀ ସବୁ ବାସହରା,ବିଚାରା
ବାସ ଟେ ପାଇଁ ଚିତା ଆଜି ଜନଗହଳି ରାସ୍ତାରେ ।
କହ ,କାହିଁ ଗଲା ତୋର ସେ ଭିନ୍ନ ଋତୁର ଭିନ୍ନ ରୂପ
ହଜିଗଲା କି ସତେ ପ୍ରଗତି ଆଢୁଆଳେ ,
ମୁଁ ତ ଜାଣି ପାରୁନି ,ପ୍ରଗତି କେଉଁ ପଥେ ...?
ବିକାଶର ପଥେ ଅବା ବିନାଶର...............
ମୁଁ ନୀଳକୁ ତୁ ଶ୍ୟାମଳ, ଥିଲା କେତେ ସୁନ୍ଦର
ତୋ ଦେହରୁ ପକ୍ଷୀ ଆସି ଡେଣା ମେଲୁଥିଲା ମୋ ବକ୍ଷରେ ,
କାହିଁ ଗଲା ସେ ଦିନ ,କାହିଁ ଗଲେ ସେ ପକ୍ଷୀମାଳ ,
କି ଦିବା କି ନିଶି ବାସ୍ ,,,,
ଦେଖୁଥିଲି ତୋ ରୂପକୁ ,ହଜି ଯାଉଥିଲି ତୋ ସୁନ୍ଦରତାରେ ...।
ହେଲେ ଆଉ ପାରୁନି ଦେଖି ମୁଁ ତୋର..
ସେ ଅନାବୃତ୍ତ ଚେହେରାକୁ ,
ନା ପାରୁନି............................... ।
●☆●Priyadarsini Das Mohanty ●☆●
●Asst teacher,R.K.U.P.School;Vellora ●
●Balasore●
