STORYMIRROR

Anirudha Kund

Others

3  

Anirudha Kund

Others

ହେ ଚକା ଆଖିଆ

ହେ ଚକା ଆଖିଆ

1 min
198


ହେ ଚକାଆଖିଆ 

ବଡ କପଟିଆ

     କେତେ ଲୀଳା କରୁଥାଅ 

କେତେବେଳେ ମାର 

କେତେବେଳେ ତାର

       ଟିକିଏ ବୁଝେଇ କୁହ ॥୦॥


କାହାକୁ ଉଠାଇ

କୋଳରେ ବସାଇ

       ତୁମରି ଅଶିଷ ଦିଅ

 କାହାକୁ ହୋ ପୁଣି

 ସିଂହାସନୁ ଟାଣି

       ବିଦାରି ପରାଣ ନିଅ

 ସେହି ଚିତ୍ରପଟ 

ହୋଇଲେ ପ୍ରକଟ

     ଥରି ଯାଏ ମୋର ଦେହ ॥୧॥


ଯାଚି ଦେଲେ କିଏ 

ହାତକୁ ବଢାଇ

     ସରାଗେ ଉଠାଇ ନିଅ

ପୁଣି ତୁମେପ୍ରଭୁ  

ସୁନାଥାଳି ଧରି

      କାହାକୁ ଯାଚିକି ଦିଅ

ସବୁ ଥାଉ ଥାଉ 

ଆହେ ମହାବାହୁ

    ମାଟି କୁଡୁଆରେ ଖାଅ ॥୨॥


ଅଶାନ୍ତ ସାଗରେ 

ଢେଉର ପ୍ରହାରେ

     ତିନ୍ତେନି ତୁମରି ଦେହ

ଓଦା ସରସର  

ହୋଇ ଯାଅ ତୁମେ

     ଗଡିଲେ ଲୁଣିଆ ଲୁହ

ତୁମ ଲୀଳା ପ୍ରଭୁ 

ଅଡୁଆ ସୂତା ଗୋ

    କିଏ ବା ପାଇବ ଖିଅ ॥୩॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍