STORYMIRROR

Narayan chandra Senapati

Others

3  

Narayan chandra Senapati

Others

ହେ ବ୍ୟାସ....ଦିଅ ଆଶିଷ

ହେ ବ୍ୟାସ....ଦିଅ ଆଶିଷ

1 min
297



ଆଙ୍କି କି ପାରିବ କାହା ତୂଳି


ତୁମ କବିତ୍ୱର ବ୍ୟାସ


ଛୁଇଁକି ପାରିବ କାହା ସ୍ୱନ


ତୁମ ପରି ମୋହନର ଛନ୍ଦଭରା ତାନ


ସତରେ ତୁମ ନାମ ସିନା ଫକୀର


ହେଲେ ଭାଷା ସାହିତ୍ୟ ବିଭବର


ତୁମେ ତ ଅଳଙ୍କାରର କୁବେର


କାହିଁକି ନା


ତୁମ ଛନ୍ଦ ରସ ଭାବନାର ପବିତ୍ର ସ୍ରୋତ


ଗଙ୍ଗାଠାରୁ ଗୋଦାବରୀ ଯାଏ ପରା ପରିବ୍ୟାପ୍ତ॥


କଳିକି ପାରିବ କାହା ଜ୍ଞାନର ଫିତା


ତୁମେ ଶହେ ପାନ ଦୁଇଶ' ଗୁଆର ବାର୍ତ୍ତା


ମଧୁବିନା ମଧୁ କ'ଣ ମିଳିବ


ସାଂପ୍ରତିକ ମାଧୁର୍ଯ୍ୟହୀନ ମରୁରେ


ଉତ୍ତର ପଟୁ କେ ଭାଷାସ୍ରୋତ ବୁହାଇବ


କିଏ ବା ଡାକିବ ମହାରାଣୀଙ୍କ ପୁତ୍ରକୁ


ଧରଣୀର ସାହିତ୍ୟ ସୁଷମା ଧରିବାକୁ


ବାସ୍ତବିକ ତମେ ହିଁ ଥିଲ ଓଡିଆ ଶାସ୍ତ୍ର


ଭାଷା ଇତିହାସର ଭୌଗୋଳିକ ମାନସପୁତ୍ର॥


କରିକି ପାରିବ କେ ଅଭିନବ ରୋଗର ନିଦାନ


ଦେଇ ପେଟେଣ୍ଟ୍ ମେଡିସିନ୍


କରି ସଜ ସମ୍ପର୍କକୁ ଆରୋଗ୍ୟ


ଲେଖିଦେଇ ଦରଦୀ ରେବତୀ


କଲ ନାରୀ ସଚେତନ


ଜାଳିଲ ସଶକ୍ତିକରଣର ସଞ୍ଜବତୀ


ସାଜି ଦାନୀ କର୍ଣ୍ଣ


ଦେଇ ଦେଲ ଛମାଣ ଆଠଗୁଣ୍ଠ ବିଚରା ଓଡିଆଙ୍କୁ


ସାଜିଲ ଭାଷା ବିଭବର ମାମୁଁ


କଲ ବଜ୍ର ଶପଥ


ରଖିଲ ଓଡିଆ ଭାଷାର ଗୌରବ


କଲ ପ୍ରାୟଶ୍ଚିତ୍ତ॥


ଦେଇ କି ପାରିବ କେ ବାତ୍ସଲ୍ୟମମତା


ଯାର ଶୈଶବରୁ ସ୍ୱପ୍ନଥିଲେ ପିତା ମାତା


ଆଈମା ଭାଷାମା ଲଛମା କଲ ସାଥି


ସାହିତ୍ୟକୁ କଲ ଆତ୍ମାର ଦେବତା


ପ୍ରତିଟି ବିଭାଗକୁ ଦେଲ ସର୍ବଶିକ୍ଷା


କଲ ଶକ୍ତିଶାଳୀ


ସାଜି ଭାଷା ସାହିତ୍ୟର ସେନାପତି


ସୃଷ୍ଟିକଲ ଅସଂଖ୍ୟ କବି ଲେଖକ ଔପନ୍ୟାସିକ


ହେ ବ୍ୟାସକବି..


ଦିଅ ଆଶିଷ ସାଂପ୍ରତିକ ସମାଜକୁ


ତୁମ ପ୍ରାଣ ସ୍ପନ୍ଦନ ଓ ଅଦ୍ୱିତୀୟ ପ୍ରତିଭାର


ନିର୍ମଳ ପ୍ରତିଛବି॥


ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର।*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍