STORYMIRROR

Baijayantimala Rout

Others

4  

Baijayantimala Rout

Others

ହେ ବରଷା

ହେ ବରଷା

1 min
257

ହେ ବରଷା,

ତବ ଆଗମନେ ହସିଉଠେ ଏଇ ଧରା,

ଚର୍ତୁଃଦିଗ ଦିଶେ ସବୁଜ ରଙ୍ଗର ତୋରା ।

ଲାଗେ ସତେ ଅବା ହସୁଛି ଧରଣୀ ରାଣୀ,

କି ସୁନ୍ଦର! ଆହା ଲାଗଇ ତାର ଚାହାଣୀ ।

ହେ ବରଷା,

ଛୁଇଁ ଦେଲ ତୁମେ ଧରଣୀ ବକ୍ଷକୁ ଯେବେ,

କୋଟି ଶିହରଣ ଉଙ୍କି ମାରେ ପୁଣି ତେବେ ।

ଧରଣୀ ସାଜିଛି କୁଆଁରୀ ବୋହୁଟେ ପୁଣି,

ମଥାପରେ ସାଜେ ସବୁଜ ରଙ୍ଗ ଓଢଣୀ ।

ହେ ବରଷା,

ତୁମ ଆଗମନେ ଚମକି ଉଠେ ଗଗନ,

ମୃଦୁ ମୃଦୁ ହୋଇ ଭାସି ଆସେ ପବନ ।

ସତେବା ତୁମକୁ ସ୍ବାଗତ କରୁଛି ସେଇ,

ବାଣ ରୋଷଣୀର ଆଲୋକ ସମ୍ଭାର ନେଇ ।

ହେ ବରଷା,

ସରଗ ବକ୍ଷରୁ ଆଷାଢରେ ଆସ ତୁମେ,

ମଉସୁମୀ ସଙ୍ଗେ ପବନ ପାର୍ବଣ ଜମେ ।

ନିଦାଘର ଶେଷେ ଆସ ତୁମେ ହସି ହସି,

ପ୍ରେମିକ ହୃଦୟେ ଭରିଦିଅ ପ୍ରେମ ରାସି ।


Rate this content
Log in