STORYMIRROR

Narendra Prasad Behera

Others

3  

Narendra Prasad Behera

Others

ହେ ବର୍ଷା ତୁମେ କେବେ ଆସିବ

ହେ ବର୍ଷା ତୁମେ କେବେ ଆସିବ

1 min
147


ହେ ବର୍ଷା କୁହ ତୁମେ ଆଜି

କେବେ ଆସିବ ଏଧରାଧାମକୁ

ତୁମ ଆଗମନେ ଏଠି

ଅନାଇ ବସିଛନ୍ତି

ସକଳ ଜୀବଜନ୍ତୁ ।

ଗ୍ରୀଷ୍ମର ପ୍ରକୋପ ଆଜି

ହେଲାଣି ଅଥୟ

ତୁମେ ଆସିଲେ

ଚାରିଆଡ଼େ ହେବ ଜଳମୟ

ତୁମରି ପରଶ ପାଇ

ଶାନ୍ତ ହେବ ଜୀବ ଜଗତ

ଆକୁଳେ ଡାକୁଛି ଆଜି

ଏ ଧରାର ମାନବ

ହେ ବର୍ଷା ତୁମେ କେବେ ଆସିବ

ଏଧରାଧାମକୁ।

ଖରାର ପ୍ରକୋପ ବଢିବଢି ଚାଲେ

ଶୁଭୁ ନାହିଁ ପଶୁପକ୍ଷୀଙ୍କ ଆର୍ତ୍ତନାଦ

ଚାରିଆଡେ ଦିଶେ ଖାଲି

ଧୂଳି ଓ ଧୂସର ବର୍ଣ୍ଣ,

ଅସହ୍ୟ ଏ ଉତ୍ତାପର ଜ୍ଜ୍ବାଳା

କରୁଛି ମାନବ ଆଜି ଆର୍ତ୍ତ୍ର ଚିତ୍କାର

ଆକୁଳେ ଡାକୁଛି ପ୍ରଭୁ ମୋତେ ରଖ

ଦିଅ ବରଷି ଆଜି ତୁମେ,

ସମସ୍ତେ ଲଭନ୍ତୁ ଆଜି ସୁଖ

କୁହ ତୁମେ ବର୍ଷା ଆଜି

କେବେ ଆସିବ

ଏ ଧରାଧାମକୁ 

ଖୁବ୍ ଶୀଘ୍ର ନାଁ.....।



Rate this content
Log in