STORYMIRROR

Aishwarya Mishra

Others

3  

Aishwarya Mishra

Others

ହେ ବିଶ୍ଵମୋହନ

ହେ ବିଶ୍ଵମୋହନ

1 min
206

ହେ ବିଶ୍ଵମୋହନ

ଜଗତ କରତା ପ୍ରଭୁ

ପତିତପାବନ 


ଭକତ ଜନର ବନ୍ଧୁ

ଭାବଗ୍ରାହୀ ଭାବସିନ୍ଧୁ

ଅନାଥର ନାଥ ପ୍ରଭୁ

ଲକ୍ଷ୍ମୀନୃସିଂହ   


ଯଶୋଦା ଜୀବ ଜୀବନ

ଦେବକୀର ପ୍ରାଣଧନ

ରାଧିକା ପ୍ରାଣ-ବଲ୍ଳଭ 

କଳାବଦନ   


ତୁମରି ବଂଶୀର ସ୍ଵର 

କିଣିନିଏ ମନ ମୋର

ଆହେ ସଖା ମନୋହର

ଗର୍ବଗଞ୍ଜନ   


ଆସୁ ଯେତେ ଝଡ଼ ଝଞ୍ଜା

ପାଶେ ରୁହ ତୁମ୍ଭେ ସଦା

ପଦ୍ମ ପାଦେ ରହୁ ବନ୍ଧା

ମନ ମୟୂରୀ   


ଭାବ ବିନୋଦିଆ ହରି

ତୁମ ନାମ ସ୍ମରି ସ୍ମରି

ପ୍ରାଣ ପକ୍ଷୀ ଯାଉ ଉଡ଼ି

ସ୍ୱର୍ଗ ଦୁଆରେ   



Rate this content
Log in