STORYMIRROR

SARATA KUMAR DAS

Others

4  

SARATA KUMAR DAS

Others

ହେ ବୀର ଯବାନ ଫେରିଆସ ଥରେ

ହେ ବୀର ଯବାନ ଫେରିଆସ ଥରେ

1 min
350


ହିମାଚଳ ଠାରୁ କନ୍ୟାକୁମାରୀ

ଅଶ୍ରୁସିକ୍ତ ପରିବେଶ 

ଆତଙ୍କବାଦୀଙ୍କ ଆତଙ୍କରାଜରେ

ସ୍ତବ୍ଧ ହୋଇଛି ମୋ ଦେଶ ।।


ବହିଗଲା କେତେ ରୁଧିରର ସ୍ରୋତ

ଗଡିଗଲା କେତେ ମୁଣ୍ଡ 

ବୀର ଯବାନଙ୍କ ବୀର ଗତି ହେଲା

ହାଡ ମାଂସ ଖଣ୍ଡ ଖଣ୍ଡ   ।।


ଲିଭିଗଲା କେତେ ଜୀବନ ପ୍ରଦୀପ

ଅକସ୍ମାତ୍ ବଜ୍ରପାତ 

ଗୁମୁରି ଗୁମୁରି କାନ୍ଦୁଛି ଏ ମାଟି 

ହୃଦୟେ କମ୍ପନ ଜାତ  ।।


ମଥାରୁ ସିନ୍ଦୂର ଲିଭିଗଲା କେତେ

ଭାଙ୍ଗିଗଲା ହାତୁ ଶଙ୍ଖା

ମା' ର ମମତା ଦୁଃଖେ ଜର୍ଜରିତ  

ଶୂନ୍ୟ କୋଳ ଲାଗେ ଶଙ୍କା ।।


କଅଁଳ ଶିଶୁର ନିଷ୍ପାପ ଆଖିରୁ

ଝରେ ଅମାନିଆ ଲୁହ

ଲୁହ ନୁହେଁ ସେତ ଅଗ୍ନିର ସ୍ଫୁଲିଙ୍ଗ 

ଆତଙ୍କୀର ହେବ ଦାହ   ।।


ଆଜି ଏ ଦୁର୍ଦିନେ ମାଟିରୁ ଆକାଶ 

ହାହାକାର ଆର୍ତ୍ତନାଦ 

ବର୍ବରତାର ନଗ୍ନ ପ୍ରତିବିମ୍ବେ

ଖଣ୍ଡିତ ମାନବବାଦ   ।।

 

ସୀମା ସୁରକ୍ଷାର ଜାଗ୍ରତ ପ୍ରହରୀ 

ଏ ମାଟିର ଯୋଗ୍ୟ ସୁତ

କଣ୍ଟକିତ ପଥେ ପାଦ ଥାପି ଚାଲେ

ମୃତ୍ୟୁ ସାଥେ ବସେ ମିତ  ।।


ଦେଶ ମାତୃକାର ସମ୍ମାନ ପାଇଁକି

କରେ ଯେ ଜୀବନ ପଣ

ଶହେ କୋଟିଙ୍କର ଆଶିଷର ଫୁଲେ

ହୁଏ ଚିର ଆୟୁଷ୍ମାନ  ।।


ମୃତ୍ୟୁ ଛୁଏଁ ନାହିଁ, ଛୁଇଁ ପାରେ ନାହିଁ 

ହୃଦୟ ମନ୍ଦିରେ ସ୍ଥାନ 

ଗୋଟିଏ ବଦଳେ ଅନେକର ସୃଷ୍ଟି  

ଝଲମଲ ଜ୍ୟୋତିଷ୍ମାନ  ।। 


ହେ ବୀର ଯବାନ ! ସ୍ତୁତିର ସ୍ତବକ

ଭାରତ ମାତାର ଗର୍ବ 

କମାଣର ମୁନେ ଗୁଳିର ବର୍ଷଣେ 

କରିଦିଅ ଅରି ଖର୍ବ  ।।


ବିଳପି ଉଠାଇ ସନ୍ତାପିତ ପ୍ରାଣ 

ପ୍ରତିଶୋଧ ଅଗ୍ନି ଜଳେ

ହେ ବୀର ସନ୍ତାନ! ଫେରିଆସ ଥରେ 

ଅଶ୍ରୁ ଶ୍ରଦ୍ଧାଞ୍ଜଳି ଢାଳେ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍