STORYMIRROR

Indrabadal Mohanty

Others

3  

Indrabadal Mohanty

Others

ହେ ଭୋକ

ହେ ଭୋକ

1 min
337

ଆରେ ଏ ନିର୍ଲଜ୍ଜ ଭୋକ

ତୋ ପାଇଁ ଆଜି ଏ ସଂସାରରେ ଏତେ ଅଛି ଦୁଖଃ


ଗଜବର ଶୀର୍ଷରେ ତୁ ହିଁ ଭୋକ

ତୁ ହିଁ ପ୍ରତିବିମ୍ବ କେତେ ଯେ ଆଶା ଓ ଆକାଂକ୍ଷାର


ହେ ଅହଙ୍କାରୀ ଭୋକ

ତୋ ପାଇଁ ସୃଷ୍ଟି ହୁଏ କେତେ ଯେ ଶୋକ


ହେ ଅମାନିଆ ଭୋକ 

ତୁ ହିଁ କାରଣ କେତେ ଯେ ଲାଳସା ଅବୁଝା ତାରିଖ


ହେ ଅସ୍ପଷ୍ଟ ଭୋକ

ତୁ ହିଁ ନିବାରଣ କେତେ ଯେ ଅଦେଖା ସଂଘର୍ଷ କାହାଣୀର


ହେ ଅଲୋଡ଼ା ଭୋକ

ତୁ ହିଁ ଆଭିଜାତ୍ୟ କେତେ ଯେ ସୁଖଦୁଃଖର


ହେ ଅଦେଖା ଭୋକ

ତୁ ହିଁ ପ୍ରତିବିମ୍ବ ପ୍ରତ୍ୟକ ରାସ୍ତାରେ ଜୀବନର


ହେ ଅଜବ ଭୋକ 

ତୁ ହିଁ ମୂଳ ଉତ୍ପାଟନ ଏ ରଂଗମଂଚ ଭରା ସଂସାରର


ହେ ଅଖ୍ୟାତ ଭୋକ

ତୋ ବିନା ଅନ୍ୟ ଗତି ନାହିଁ ଏ ଜୀବନର ଆଭିମୁଖ୍ୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍