STORYMIRROR

Krushnapriya Mohapatra

Others

3  

Krushnapriya Mohapatra

Others

ହେ ଅଦୃଶ୍ୟ ଶକ୍ତିମାନ

ହେ ଅଦୃଶ୍ୟ ଶକ୍ତିମାନ

1 min
121

ହେ ଅଦୃଶ୍ୟ ଶକ୍ତିମାନ    

ତୁମ ହାତର କାଁଉରୀ ସ୍ପର୍ଶ ରେ 

ଗଢିଲ ମୋତେ କେଉଁ ଅଦୃଷ୍ଠ ରେ

ମାତୃ ଗର୍ଭର ସେ ଅନ୍ଧକାର ଗହ୍ୱରେ

ପବିତ୍ର ମାତୃତ୍ୱ ର ଉହାଡରେ

ମେଞ୍ଚାଏ ମାଂସ ରୁ ସଂରଚନା

ନୁଆ ଏକ ଜୀବନର ଏଇ ସଂସାର ରେ

ଖଂଞ୍ଜି ଦେଲ ଯଂନ୍ତ୍ରାଶମାନଙ୍କୁ

ଅସ୍ଥିମଜ୍ଜା ଶିରାପ୍ରଶିରା ଲହୁ ର ଧାରା ରେ

ଢାଙ୍କିଦେଲ ଚର୍ମର ଢାଙ୍କୁଣୀ ଦେଇ

ନବରନ୍ଧ୍ରେ ପବନ ପୁରାଇ

ଜୀବନ୍ୟାସ ଦେଲ ମୋତେ

ହେ ଅଦୃଶ୍ୟ ଶକ୍ତି ମାନ

ତୁମ ପାରିବାର ପଣ ରେ

ଉଭା ହେଲି ସଂସାର ରେ

ଶରୀର ଟେ ନେଇ

ସମର୍ପି ଦେବି ବୋଲି କଥା ଦେଇ

ଭିନ୍ନ ଏକ ପ୍ରତିଜ୍ଞା ନେଲି

ଜପିବାକୁ ଜୀବଥିବା ଯାଏ

ସେ ନାମକୁ, ଅକ୍ଷୟ, ଅନନ୍ତ ଶକ୍ତିକୁ

ହେଲେ ମୁଁ ପାରିଲିନି ରଖି

ସେ ନିର୍ଭର ପ୍ରତିଶ୍ରୁତିକୁ

ଭୁଲିଗଲି ମୋହମାୟା ଆସକ୍ତିରେ   

ଅନେକ ସାଧନ ମିଥ୍ୟା ସମ୍ପର୍କରେ   

ଆଉ ସନ୍ତାନର ଶୁଷ୍କ ଆକାର୍ଷଣରେ   

ଭୁଲିଗଲି ପରିବାରର ଦ୍ୱାହିରେ

ସଂସାର ନାମକ ଯତୁ ଗୃହରେ

ଜଳୁଥିବି ତୁମ ନାମ ଜପ

କରି ନ ପାରିବା ଦୁଃଖରେ ।

ହେ ଅଦୃଶ୍ୟ ଶକ୍ତିମାନ   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍