STORYMIRROR

Krushnapriya Mohapatra

Others

4  

Krushnapriya Mohapatra

Others

ହେ ଆରାଧ୍ୟ ତୁମେ

ହେ ଆରାଧ୍ୟ ତୁମେ

1 min
371


ହେ ,ଆରାଧ୍ୟ ତୁମେ ଚିନ୍ତା

ଚେତନାର ଠାକୁର,

ଭକ୍ତର ଜୀବନ, ଭୃତ୍ୟରଅଧିନ

ବକ୍ଷେ ଧରିଛ,ଭକ୍ତ ପଦଚିହ୍ନ।

ତୁମ ପାଦେ ପଶିଛି ମୁଁ ଶରଣ......


ହେ ସର୍ବନିୟନ୍ତା,ସତ୍ୟ ସନାତନ

ବିଶ୍ୱବ୍ରହ୍ମାଣ୍ଡର କାରଣ ।

ହେ ଦିବ୍ୟପୁରୁଷ, ତୁମେ ସର୍ବବ୍ୟାପୀ,

ଜଗତ ତୁମର ଭିଆଣ।

କରଯୋଡ଼ି କରୁଅଛି ଜଣାଣ..........


ହେ ବିଶ୍ୱନୟନ,ତୁମରି ବିଶ୍ୱାସେ

ଭାଷୁଛି ଵିଷୟା ସାଗରେ।

ଭାବିଛି ନିଶ୍ଚୟ ସାହା ହେବେ ନାଥ ,

କରିଛି ଭରଷା ଅଚିରେ ।

ଭାବେ ଜଣାଉଛି ପଦ୍ମପୟର...........


ହେ ଵ୍ରହ୍ମାଣ୍ଡନାଥ, ତୁମେ ହିଁ ତ ବ୍ରହ୍ମ,

ତୁମ ଠାରୁ ସୃଷ୍ଟି ପ୍ରାରମ୍ଭ ।

ହେ ପାଳନ କର୍ତ୍ତା, ନାହିଁ ଆଦିଅନ୍ତ

ତୁମ ଠାରେ ଲୀନ ବ୍ରହ୍ମାଣ୍ଡ ।

ସାହା ହୁଅ ହେ କରୁଣା ସାଗର .........


Rate this content
Log in