Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

subrat kumar jena

Others

4  

subrat kumar jena

Others

ହାଟ

ହାଟ

1 min
225



ଏ ଦୁନିଆ ଗୋଟିଏ ହାଟ

ଏଠି ପେଟ ଲାଗି ଚାଲେ ନାଟ,

ସ୍ୱାର୍ଥରୁ ଟିକେ ହୋଇଲେ ଉଣା

ସବୁ ସମ୍ପର୍କରେ ପଡେ ଫାଟ ।


ମିଛ ସମ୍ପର୍କରେ କେତେ ଆସି

ବାନ୍ଧନ୍ତି ଛଳନାର ହସି ହସି,

ସ୍ୱାର୍ଥ ସବୁ ସରିଗଲା ପରେ

ଆଖିରେ ଧୂଳି ଦେଇ ଯାଆନ୍ତି ଖସି ।


ମିଛ ମାୟାର ଏ ସମ୍ପର୍କ

ଭାଳି ହୁଏ ମଣିଷ ଜୀବନ ଯାକ,

ଟିକିଏ ଲାଭରେ ମନ ଦେଇ ବସେ

କାନ୍ଦିବାକୁ ବାକି ଜୀବନ ଯାକ ।


ହାଟରେ ଲାଗିଛି ବହୁତ ଭିଡ

ଭିଡରେ ନିଏ ପୁଣି ଜୀବନ ମୋଡ଼,

ସାମାନ୍ୟ ଅଲକ୍ଷ୍ୟରେ ପୁଣି,

ଭାଙ୍ଗି ଯାଏ ସବୁ ମିଠା ସମ୍ପର୍କର ଯୋଡ ।


ଭିଡ଼ ଲାଗୁଥିବ ଭିଡ଼ କାମୁଥିବ

ଘୋ ଘା କମ୍ପନେ ହାଟ ଚାଲୁଥିବ,

ପୁଣ୍ୟ ପାପ ଏଠି ଧର୍ମ ତଉଲୁଥିବ

ବାଛି ବାଛି ଅଧର୍ମୀଙ୍କୁ ଶାସ୍ତି ଦେଉଥିବ ।


କିଏ ମିଛ କହେ କିଏ ପୁଣି ସତ

କରିବାକୁ ନିଜ ନିଜର ବେପାର,

ତଥାପି ଠକି କେ ପାରିବ କୁହ

ସବୁଦିନ ଧର୍ମକୁ ମାରି ଆଖିଠାର ।


ସେଦିନ ସରିବ ପାପୀଙ୍କ ଜୀବନ ହାଟ

ଯେଦିନ ବସିବ ଧର୍ମର ଛାଟ,

ବୋହିବନି ଆଖିରୁ ଲୁହର ଛିଟ

ରାମ ନାମ ଡାକିବ ଶୁଖିଲା ଓଠ ।।।



Rate this content
Log in