ହାତ
ହାତ
1 min
467
ଏଇ ହାତ ସହି କଷ୍ଟ
ପେଟକୁ ଯୋଗାଏ ଭାତ
କଲମ ବି ଧରି ଜାଣେ
ଶତ୍ରୁ ମଥା ଖଡ଼ଗେ ହାଣେ
କରିପାରେ ରକ୍ତ ପାତ ।
ହାତେ ହାତ ଗଲେ ମିଶି
ଅଗଣାରେ ହସେ ଶଶୀ
ଶାନ୍ତି,ମୈତ୍ରୀ ଭାବ ନେଶି
କାନେ କୁହେ ହସି ହସି
ଦୁଃଖ ଭୁଲି ହୁଅ ଖୁସି ।
ବାପା ହାତ, ମୋର ଛାତ
ଧୂଳି ଝାଡେ ମା ପଣତ
ଭଉଣୀ ରାଖୀ ମହତ
ରଖିପାରେ ଏଇ ହାତ
ଭାଙ୍ଗି, ଗଢ଼ି କେତେ ରଥ ।
