STORYMIRROR

Alhadini Panigrahi dash

Others

3  

Alhadini Panigrahi dash

Others

ହାତ

ହାତ

1 min
165


ଏଇ ହାତ ଆମ ସାଜଇ କୃଷକ

ମେଣ୍ଟାଏ ଦୁନିଆ ଭୋକ

ବନ୍ଧୁକ ଧରି ହୁଏ ସେ ସୈନିକ

ସାଜେ ମୋ ଦେଶ ରକ୍ଷକ ।


ମତ ଦାନ କରି ଦିନେ ଏଇ ହାତ

ଗଢେ ଆମ ସରକାର

ଆତତାୟୀ ସାଜି ପୁଣି ଏଇ ହାତ

ପୋଛେ କା ମଥା ସିନ୍ଦୂର ।


ଏଇ ହାତ ଗଢା କଳା ର କୋଣାର୍କ

ଉତ୍କଳ ର ପରିଚୟ

ଉପର କୁ ଉଠି କେବେ ଏଇ ହାତ

କହଇ ଭାରତ ଜୟ ।


ଏଇ ହାତ କରେ କାରାଖାନା କାମ

ଘୁରାଏ କୁମ୍ଭାର ଚକ

ଏଇ ହାତ ଗଢେ କେତେ କୋଠା ଘର

ବୋଳୁଥାଏ କେତେ ରଙ୍ଗ ।


ଏଇ ହାତ ହୁଏ ମାଟି ସର ସର

କେବେ ବୋଳିହୁଏ ରଙ୍ଗ,

ହାତେ ହାତ ମିଶି କଲେ ଭଲ କାମ

ପୃଥ୍ଵୀ ପାଲଟିବ ସ୍ବର୍ଗ ।



Rate this content
Log in