STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ହାତ ଠାରି ଡାକେ

ହାତ ଠାରି ଡାକେ

1 min
502



ମଧୂଲଗ୍ନ ଆଜି ଉଲଗ୍ନା..

ଧୂସର ଓଠର ଫଟା ମାଟି ତଳେ

ଚିରା ଲୁଗା ପିନ୍ଧି

ଆଁ କରି

ଚାତକିନୀ ସାଜି ଅନେଇଛି

ଅନେଶୋତ ଆଶା ର ସମ୍ଭାର..

ଟିକ୍ ଟିକ୍ କରି

ମାନ ଇଜ୍ଜତ ସ୍ୱାଭିମାନ ସବୁ

ଆଧୁନିକତା ର

ବାଡୁଅ ପାଣି ରେ ଧୂଳି ଛଡେଇ

ବଣ୍ଟା ହେଉଛନ୍ତି

ପଞ୍ଚାମୃତ ଭୋଗ ପରି..

ରାଜନୀତି ହଳଦୀ ପତ୍ର ରେ..

ଦରପୋଡା ମନ ଉପରେ..

ଦରଫୁଟା ସ୍ୱପ୍ନ ସାଥିରେ..

କାଗଜ କଲମ ନଥି ମଲାଟ ରେ..

ନୂଆ ଆଖି

ନୂଆ ସମ୍ଭାବନା

ନୂଆ ଅଭିସନ୍ଧି

ନୂଆ ଅଭିସାର

ବେଙ୍ଗ ହମ୍ବା ରଡି ଛାଡି

ପୃଥିବୀ କମ୍ପାଏ..

ହୃଦୟ ଥରାଏ..

ଶବ୍ଦ ପ୍ରଦୂଷିତ କରାଏ..

ହେଲେ..,,

ସିନ୍ଦୁରା ଫାଟିଲାଣି

ଆଖଡା ସରିଲାଣି

ସ୍ୱପ୍ନ ସବୁ ଭାଙ୍ଗି ପଡିଲେଣି..

ବିସ୍ଥାପିତ ଏବେ ଭୂମିହୀନ

ମାଟି ନାହିଁ..

ମାଆ ନାହିଁ..

ମମତା ର ଗାଁ ନାହିଁ..

ପଣତ ର ହାତ

ସଭ୍ୟତାର ତୀକ୍ଷ୍ଣ ଖଡ୍ଗ ଧାରେ

ଖଣ୍ଡ ବିଖଣ୍ଡିତ..

ରାଜଧାନୀ ରାଜରାସ୍ତା କଡେ ଭିକ ମାଗେ

ବାବୁ ..,ମୋତେ ମାଟି ଖଣ୍ଡେ ଦିଅ..

ଆଉ ମୋ ଗାଆଁ ମାଟି...


×-×-×-×-×-×-×-×-×-×-×-×-×




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍