STORYMIRROR

Jyotiranjan Acharya

Others

3  

Jyotiranjan Acharya

Others

ହାତ ଓ ରେଖା

ହାତ ଓ ରେଖା

1 min
460


ହସ୍ତ ରେଖା ବହୁତ ଖରାପ, କପାଳଟା ଫଟା

ଭାଗ୍ୟହୀନ, ବିଦ୍ୟାହୀନ,ଧନହୀନ ଇତ୍ୟାଦି ଇତ୍ୟାଦି।

ଜାତକ, ଗ୍ରହ ନକ୍ଷତ୍ର ସବୁ ଦିଏ ଦୁର୍ଦ୍ଦିନ ସଂଦେଶ।

ଅସଫଳତାର ଫଳକକୁ ବେକରେ ପକାଇ

ଅକାରଣ ବୁଲୁଥାଏ ଏ ଗଳି ସେ ଗଳି

ହେଲେ ଠିକଣାଟା ମିଳେ ନାହିଁ କେବେ।

ହଠାତ୍ ଦିନେ ସୂର୍ଯ୍ୟ ଉଇଁଲା ଭାଗ୍ୟ ରଶ୍ମୀ ନେଇ

ନବଗ୍ରହ ତ ସୂର୍ଯ୍ୟର ଅଧୀନ।

ଦିନର ଆଲୁଅରେ ଆଜିଯାଏଁ ଅଣଦେଖା କରିଥିବା

ହାତକୁ ତାର ନିରେଖି ଦେଖିଲା ସେ।

ଆଶ୍ଚର୍ଯ୍ୟ ହେଲା, ନିଜ ହାତ ଉପରେ ଗର୍ବିତ ହେଲା

ହାତ ଏବେ ସାଥି ଟିଏ ହେଲା

ହସ୍ତ ରେଖା ଫିଟିଗଲା

ସଫଳତା ତା'ର ଜନ୍ମସିଦ୍ଧ ଅଧିକାର ବୋଲି ଦୃଢ ବିଶ୍ବାସ କଲା

ତା'ର ପ୍ରାପ୍ତି ପାଇଁ ବି ଦିନରାତି ପୁରୁଷାର୍ଥ କଲା

ମହା ମୂର୍ଖ ଦେଖୁ ଦେଖୁ କାଳି ଦାସ ହେଲା

ହତଭାଗ୍ୟ ତାଲିକାରୁ ନାଁ କାଟି ଭାଗ୍ୟବାନ ତାଲିକାରେ

ସାମିଲ୍ କଲା ନିଜକୁ।

ନିଜେ ବଦଳି ସମୟ, ସଂସ୍କାର ଓ ଭାଗ୍ୟ

ସବୁକିଛି ବଦଳାଇ ଦେଲା।

ଏବେ ସେହି ଦୁନିଆ ଯେ ତାକୁ ହତଭାଗ୍ୟ ଆଖ଼୍ୟା ଦେଇଥିଲା

ତାଠାରୁ ଭାଗ୍ୟ ଲାଭ ପାଇଁ ଉପଦେଶ ମାଗୁଛି।

ସେ ବି ବୁଝିଛି କପାଳଟା କପୋଳକଳ୍ପିତ

ଏବଂ ତା ଭାଗ୍ୟର ସୌଧର ନିର୍ମାତା ସେ ନିଜେ

ସେ ସ୍ବୟଂ ସିଦ୍ଧ, ସେ କରିତ୍ କର୍ମା, ସେ ହିଁ ବିଶ୍ଵକର୍ମା ।


© ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ, ପୋଖରୀପୁଟ, ଭୂବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍