ହାଏରେ ଜଗନ୍ନାଥ
ହାଏରେ ଜଗନ୍ନାଥ
ହାଏରେ ଜଗନ୍ନାଥ
ହାଏରେ ଜଗନ୍ନାଥ
ରଥା ରୂଢ ହୋଇ ଆସିଛ ପ୍ରଭୁ
ଦେଖିବା ପାଇଁ ଭକ୍ତର ଡାକ
ଦୁଃଖ କଷ୍ଟ ନିବାରଣ ପାଇଁ
ବୁଲେଇ ଦେଉଛ ଚକ ।।
ତମରି ଆଗରେ ତମରି ସାଥିରେ
ଭାଇ ଓ ଭଉଣୀ ସାଥିରେ ନେଇ ମିଳିମିଶି ଯାଉଛ ଯାତରା
ଖାଇ ପୋଡ ପିଠା ଆଶରା ।।
ହାଏରେ ଜଗନ୍ନାଥ ............( 1 )
ତୁମେ ପ୍ରଭୁ ଭକ୍ତର , ଭକ୍ତ ତୁମର
ଜଗତ ଦର୍ଶନ ଲାଗି ଆସିଛ ବଡଦାଣ୍ଡକୁ
ଏ ବାହୁଡା ରଥରେ ଫେରି ଆସ
ଅନ୍ତର କୋଳ ଅନ୍ତର ଶୁନ
ଡାକୁଛି ଥରେ ଦିଏ ଦିବ୍ୟଦର୍ଶନ ।।
ବଡ ଖିଆ ବୋଲି ପଡିଛି ହୁରି
ଚଉଦ ଭୁବନ କାନ୍ଦୁଛି ଅନେଇ
ତତେ ସଂସାର ସାର
ଜୀବନ ତୋହରି ନାମ, ତୋହରି ଜ୍ଞାନ, ତୋହରି ଭାବର ପ୍ରେମ
ତୋତେ ନ ଦେଖିଲେ କାଳିଆ
ଯିବ ମୋର ଜୀବନ
ତୁ ପରା ଏକା ଏକା ଅଧୀରମଣି
ହାଏରେ ଜଗନ୍ନାଥ .......... ( 2 )
ଦୀନବନ୍ଧୁ ତୁହି , ଦୁଃଖ ନାଶନ
ତୋ ବିନା ଅନ୍ୟ ଗତି ନାହିଁ ତୁ ପରା ବଡ ଠାକୁର
ବଡ ଦାଣ୍ଡ ତୋର ବଡ ସୁନ୍ଦର ।।
ରଥରେ ଆସିଛି ପଥରେ ଗହଳି
ରଥ ଧୀରେ ଧୀରେ ଯିବୁ ତୁ ଚାଲି
ସାଙ୍ଗସାଥି ଲୋଡି ଯେତେ ଯାଉଛୁ ଯା ଭକ୍ତି ଭାବକୁ ଭୁଲି ନ ଯା ।।
ହାଏରେ ଜଗନ୍ନାଥ ............. ( 3 )
ତୋହରି ନାମରେ ସୃଷ୍ଟିରେ ଜଗତ
ତୁ ଅଛୁ ଅରୁସାୟ ଜୀବନ ପଥ
ତୁ ପରା ଭକ୍ତର ଦୁଃଖରେ ଦୁଃଖୀ
ତୁ ପରା ଭକ୍ତର ସୁଖରେ ସୁଖୀ
ଭକ୍ତ ପାଇଁ ତୁ ନୀଳାଚଳିଆ
ତୁ ପରା ବଡ ଦେଉଳିଆ
ଫେରିଆ ରଥିଆ ମୋ ଚକାଡୋଳିଆ ।।
ହାଏରେ ଜଗନ୍ନାଥ
ହାଏରେ ଜଗନ୍ନାଥ .......( 4 )
ସସ୍ମିତା କୁମାରୀ ଆଚାର୍ଯ୍ୟ
( ରାୟଗଡା)
