STORYMIRROR

Dasarathi Sahu

Others

2  

Dasarathi Sahu

Others

ହାଏ ତୋ ପ୍ରେମ ଗଜଲ୍ ଗଜଲ୍

ହାଏ ତୋ ପ୍ରେମ ଗଜଲ୍ ଗଜଲ୍

1 min
3.5K


ସାରୁ ବୁଦାମୂଳେ ସ୍ୱାକ୍ଷର ସରିଛି

ହୃଦୟର ହସ୍ତାକ୍ଷରେ

ଅାଖି ପଲକରେ ଅଟକି ରହିଛୁ

ସାଥୀ ଆଦ୍ଯ ଆଷାଢରେ

କହୁ ନାହିଁ ଗାଲୁ କଣ୍ଟା ସାଲୁବାଲୁ

ଗୋଲାପ ଗଛରୁ ଆହା

ଖୋଲା ବେଣୀ ଧାରେ ଖୋଷି ମୁଁ ଆଦରେ

ଜିଣି ଯିବି ତୋର ହିଆ

କଣେଇ ଚାହିଁକି କିମିଆ କରିଛୁ

ଦେହ ମୋର କସମସ

ବୋଲର ବାହାରେ ଏ ମନ ପହଁରେ

ଛୁଇଁଚି ଦୁଷ୍ଟ ବୟସ

କରନା ବାହାନା ପେରେମେ ଦିୱାନା

ଗାଲେ ତୋ କରିବି ଗେଲ

ସତ ମୁଁ କହୁଛି ତୋ ଦେହ ଛୁଉଁଛି

ପ୍ରେମ ତୋ ମିଠା ଗଜଲ


ଦାଶରଥି ସାହୁ

କଳମ୍ବ/ଗଜାଂମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍