ଗୁରୁଙ୍କ ବଡ଼ପଣ
ଗୁରୁଙ୍କ ବଡ଼ପଣ
ରାମ ନାମର ମହିମା ଏତେ, କିବା ଦେବି ପ୍ରତିଦାନ,
କରିବି ତାଙ୍କୁ ଖୁସି କେମିତି, ଅପୂର୍ଣ୍ଣ ରହିଲା ମନ ।
ସଦ୍ଗୁରୁଠାରୁ ଆତ୍ମୀୟ ନାହିଁ, ନା ଧର୍ମ ଶିକ୍ଷା ଦାନ ସମ,
ହରି ସମ ନାହିଁ ଉପକାରୀ, ନା ଗୋଷ୍ଠୀ ହରି ଭକ୍ତି ସମ ।
ଗୁରୁ ଯାହାର ଅନ୍ଧ ଥାଆନ୍ତି, ତା ଶିଷ୍ୟ ଜନ୍ମରୁ ଅନ୍ଧ,
ଅନ୍ଧ ଅନ୍ଧକୁ ପଥ ଦେଖାଏ, ଦୁହେଁ କୂପରେ ପତିତ ।
ବୁଡ଼ୁଥିଲି ମୁଁ ଉଦ୍ଧୃତ ହେଲି, ଗୁରୁ ଉର୍ମି ଟେକି ଦେଲା,
ଡିଆଁ ମାରି ମୁଁ ପଳାଇ ଗଲି, ପଛେ ନାବ ଭଗ୍ନ ହେଲା ।
ଗୁରୁ ମିଳିଲେ ବର ମିଳିଲା, ଗୁରୁ ବିନା ହଜିଯିବ,(ବର- ଈପ୍ସିତ ବସ୍ତୁ)
ଅଗ୍ନି ଶିଖାରେ ପତଙ୍ଗ ଭଳି, ଜ୍ଞାନ ଥାଇ ପଡ଼ିଯିବ ।
ମାୟା ପ୍ରଦୀପ, ମନ ପତଙ୍ଗ, ଚକ୍ରାକାରେ ଝାସ ଦିଏ,
କବୀର, ଗୁରୁ ଜ୍ଞାନ ଯୋଗରୁ କେହି କେହି ରକ୍ଷା ପାଏ ।
