STORYMIRROR

TUKUNA SAHU

Others

3  

TUKUNA SAHU

Others

ଗୁରୁବାରି

ଗୁରୁବାରି

1 min
5.3K


💐💐ଗୁରୁବାରି 💐💐

ଗୁରୁବାରି ଆଜି ସକାଳୁ ଉଠି

ଦାଣ୍ଡରେ ଦେଇଛି ଗୋବର ଲିପି

ବତୁରା ଚାଉଳ ଦେଇଛି ଝୋଟି

ଧାନ କେଣ୍ଡା ଟିଏ ଆଣିଛି ଛାଟି ।

ପଦ୍ମ ଫୁଲରେ ସେ ସଜାଏ ହାର

ଅସନା ରେ ଭରା ତାହାରି ଘର

ପୋକଡ଼ା ଦୁବ କୁ ଯାଇଛି ନେଇ

ମାଆଙ୍କର ପୂଜା କରିବା ପାଇଁ ।

ଝୁଣା ଆଉ ଧୂପ ଆଣିଛି କିଣି

ଧଳା ଗାଈ କ୍ଷୀର ରଖିଛି ଆଣି

କହି ବୁଲୁଥାଏ ବାର ଦୁଆର

ମାଆ ହେବେ ବିଜେ ଘରେ ତାହାର ।

ସେ ଅତି କୃପଣ ନିହାତି ମୂର୍ଖ

ଭିକାରି କୁ କେବେ ଦିଏନି ଭିକ

ଆଜି ସେ କହୁଚି ପକାଇ ରାଣ

ଘରେ ତା ହୋଇଛି ନ ତିଅଣ ।

ଲୋଭ ଅଟେ ତାର ଜନମ ରୋଗ

ଚୋରି କରି ଖାଏ ଠାକୁର ଭୋଗ

କହୁଚି ସକାଳୁ ଭୋକରେ ଅଛି

ତିନି ସାର ଚୁଡ଼ା ଖାଇ ସାରିଛି ।

ମୁଣ୍ଡରେ ଲଗାଇ ବାସନ ତେଲ

ତକିଆ ସାଙ୍ଗରେ ହୁଏ ସେ ଗେଲ

ବାସି ହାଣ୍ଡି ଆଜି ମାଝିବ ବୋଲି

ଶଶୁର ସଙ୍ଗେ କରୁଥିଲା କଳି ।

ମନରେ ନାହିଁ ତା ଟିକିଏ ଭକ୍ତି

ତଥାପି ଆଜି ସେ ଜଗି ବସିଚି

ମାଆ ସାଆନ୍ତାଣୀ ହୋଇଲେ ଖୁସି

ଘରେ ଯିବ ତାର ସୁନା ବରଷି ।

ଧନ୍ୟ ତାହାର ସେ କୃପଣ ମନ

ମାଆ ତାକୁ କିଛି ଦିଅ ହେ ଜ୍ଞାନ

ଦିଅ ମାଆ ତାକୁ ବୁଦ୍ଧି ସୁଜ୍ଞାନ

ନହେଲେ ହସିବେ ଜଗତ ଜନ ।

ଟୁକୁନା ସାହୁ ଲେଖିଛି ଏ କବିତା

ଗୁରୁବାରି ର ଲକ୍ଷ୍ମୀ ପୂଜା କଥା

ମନରେ କେତେ ଯେ ଶରଧା ନେଇ

ଗୁରୁବାରି ଅଛି ଲକ୍ଷ୍ମୀ ଙ୍କୁ ଚାହିଁ ।

କରିଦେଲେ ମାଆ ଟିକେ କରୁଣା

ଭରି ଯିବ ଗୁରୁବାରି ଆଗଣା

ଚାହିଁ ରହିଛି ସେ ଚାତକ ପରି

ମାଆ ଲକ୍ଷ୍ମୀ କାଳେ ଆସିବେ ବୋଲି

ଟୁକୁନା ସାହୁ

ସାନ୍ତରା ପଲ୍ଲୀ

ଗଞ୍ଜାମ


Rate this content
Log in