STORYMIRROR

Ramesh takri

Others

4  

Ramesh takri

Others

ଗୁରୁ

ଗୁରୁ

1 min
205

ଗୁରୁ ଶିଷ୍ଯଙ୍କର    ପବିତ୍ର ସମ୍ପର୍କ 

      ବଞ୍ଚାଇ ରଖିବା ପାଇଁ

ଭାରତ ଦେଶରେ    ଗୁରୁ ଦିବସଟି

    ପାଳନ ହୋଇ ଆସଇ ।୧।


ଗୁରଦେବ ବ୍ରହ୍ମା,     ବିଷ୍ଣୁ ମହେଶ୍ବର

     ଗୁରୁଙ୍କୁୁୁୁ ନ ଭାବ ନର 

ସେହି ଏକା ଆମ    ଭାଗ୍ଯ ବିଧାତା

     ଗୁରୁ ହଁ ସ୍ବୟଂ ଈଶ୍ବର।୨।


ଗୁରୁ କୃପା ବିନା     ମାନବ ଜୀବନ

      ହଇଥାଏ ମୂୂୂୂୂୂଲ୍ଯହୀନ

 ତାଙ୍କ ଆଶୀର୍ବାଦ    କର୍ମ ପ୍ରେରଣାରେ

      ସଫଳ ହୁଏ ଜୀବନ ।୩।


 ଗୁୁରୁୁ ହିଁ ଜଗତେ      ପ୍ରକୃୃତ ବାନ୍ଧବ

      ବିଶ୍ବାସୀ ବନ୍ଧୁ ଅଟନ୍ତି 

ଜୀବନ ଯାତ୍ରାର      ଅନ୍ଧକାର ପଥେ

      ଗୁରୁ ଆଲୋକ ଦେଖାନ୍ତି ।୪।


ସତ୍ଯ ପଥ ଭଳି      କଣ୍ଟକିତ ମାର୍ଗ

       ଜୀବନରେ ଥାଏ ରହି

ଗୁରୁ ହିଁ କେବଳ       ମାର୍ଗ ଦେଖାଇବେ

       ତାଙ୍କ ବିନା ନାହିଁ କେହି।୫।


ସଂସାର ସାଗର       ପାର ହେବା ପାାଇଁ 

      ଗୁରୁ ହିଁ ଏକା ଆଧାର

ଜୀବନ ଯୁଦ୍ଧର        ବିପଦ ସମୟେ

      ଗୁରୁ କରନ୍ତି ଉଦ୍ଧାର ।୬।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍