ଗୁରୁ ଯେ ଈଶ୍ବର
ଗୁରୁ ଯେ ଈଶ୍ବର
1 min
45
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ
ଗୁରୁ ଯେ ଈଶ୍ବର
ଗୁରୁ ଅଟେ ସ୍ବୟଂ ବ୍ରହ୍ମ
କରୁ ଯେ ଜୁହାର ।
ଜ୍ଞାନ ଚକ୍ଷୁ ମେଲି ଦିଏ
ହଟଇ ଅଜ୍ଞାନ
ବିଦ୍ୟାବୁଦ୍ଧି ଜ୍ଞାନ ଶୁଦ୍ଧି
କରନ୍ତି ପ୍ରଦାନ ।
ପିତା ଗୁରୁ ମାତା ଗୁରୁ
ଶିକ୍ଷା ଗୁରୁ ସିଏ
ଦୀପ ପରି ଜଳି ଜଳି
ଜ୍ଞାନାଲୋକ ଦିଏ ।
ଅବଧୂତ ଗୁରୁ ଲଭି
ସଂସାରେ ଯେ ଖ୍ଯାତ
ଯାଠାରୁ ସେ ଯେଉଁ ଭାବେ
ଶିକ୍ଷା କଲେ ପ୍ରାପ୍ତ ।
ଯୁଗେ ଯୁଗେ ଗୁରୁ ଭକ୍ତି
ସର୍ବାଗ୍ରେ ପୂଜିତ
ଧର୍ମ, ନ୍ୟାୟ, ମୂର୍ତ୍ତିମନ୍ତ
ସର୍ବଦା ବନ୍ଦିତ ।