STORYMIRROR

Dambarudhar Bag

Others

2  

Dambarudhar Bag

Others

ଗୁରୁ ହିଁ ମହାନ

ଗୁରୁ ହିଁ ମହାନ

1 min
532


ଗୁରୁ ହିଁ ମହାନ

***********

ଏ ମହୀମଣ୍ଡଳେ ଯେତେ ରହିଛନ୍ତି

ତରୁଲତା କୀଟ ଗଣ ।

ତା'ସାଙ୍ଗକୁ ଯେତେ ସଜୀବ ନିର୍ଜୀବ

ସର୍ବେ ଆମ ଗୁରୁ ଜାଣ।

ପିତାମାତା ଠାରୁ ହୋଇଛୁ ଜନମ

ସେ ଆମ ପ୍ରଥମ ଗୁରୁ ।

ଶିକ୍ଷା ଦାନ କରି ଜ୍ଞାନ ବାଣ୍ଟେ ଯିଏ

ସିଏ ଆମ ଶିକ୍ଷା ଗୁରୁ।

ଶିକ୍ଷା ଗୁରୁ ସହ ପିତା ମାତା ଆମ

ଜୀବନ ମାର୍ଗ ଦର୍ଶକ।

କୋଟି ପ୍ରଣାମ ତାଙ୍କୁ କରୁଅଛି

ପାଦରେ ରଖି ମସ୍ତକ।

ଅଜ୍ଞାନ ରୂପକ ଅନ୍ଧକାର ଠାରୁ

ଆଲୋକକୁ ଯିଏ ନିଏ।

ସେହି ମୋର ଗୁରୁ ମୋର ଜୀବନରେ

ତାଙ୍କୁ ପ୍ରଣିପାତ କରେ।

ବ୍ରହ୍ମା ରୁପେ ଗୁରୁ ସୃଷ୍ଟି କରିଥାନ୍ତି

ପାଳିଥାନ୍ତି ବିଷ୍ଣୁ ରୁପେ।

ଅଜ୍ଞାନତା ଆମ ସଂହାର କରନ୍ତି

ସାକ୍ଷାତେ ଈଶ୍ବର ରୁପେ ।

ତେଣୁ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ପୁଣି

ଗୁରୁହିଁ ଯେ ମହେଶ୍ବର ।

ସଦା ସିଏ ଆମ ପଥ ପ୍ରଦର୍ଶକ

ଦୁଃଖ କରିଥାନ୍ତି ଦୂର।

ଅଜ୍ଞାନ ଆକାଶେ ଜ୍ଞାନର ଜ୍ୟୋତି ସେ

ଜ୍ଞାନ କରନ୍ତି ପ୍ରଦାନ।

ଗୁରୁ କୃପା ବିନା ଅସମ୍ପୂର୍ଣ୍ଣ ସବୁ

ଗୁରୁ ଶାଶ୍ବତ ମହାନ।

***************

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା, କଳାହାଣ୍ଡି

ଫୋନ ନମ୍ବର -9178225764


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍