Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

SOUBHAGYABATI GIRI

Others

4.0  

SOUBHAGYABATI GIRI

Others

ଗୁରୁ ହିଁ ଈଶ୍ୱର

ଗୁରୁ ହିଁ ଈଶ୍ୱର

1 min
172



ଆହେ ଗୁରୁଦେବ ହେ! ! ପ୍ରଣାମ କର ଗ୍ରହଣ

ଭକ୍ତି ଅର୍ଘ୍ୟ ଢାଳି ଆମେ କରୁଅଛୁ ପୂଜନ(ଘୋଷା)

ତୁମେ ବ୍ରହ୍ମା ତୁମେ ବିଷ୍ଣୁ ତୁମେ ଯେ ମହେଶ୍ୱର

ଭିକ୍ଷା କରୁଅଛୁ ଆମେ ଆଶିଷ ସ୍ନେହ ତୁମର

ଆହେ ଗୁରୁଦେବ ହେ!

ତୁମେ ସତ୍ୟ ତୁମେ ଶିବ ତୁମେ ଯେ ଅଟ ସୁନ୍ଦର

ତୁମେ ସର୍ବଶ୍ରେଷ୍ଠ ପୁଣି ତୁମ କୃପା ଯେ ଅପାର

ଆହେ ଗୁରୁଦେବ ହେ!

ତୁମେ ପରଂବ୍ରହ୍ମ ପୁଣି ତୁମେ ସାକ୍ଷାତ ଈଶ୍ୱର

ତୁମ ପଦ୍ମପାଦ ତଳେ କରୁ କୋଟି ନମସ୍କାର

ଆହେ ଗୁରୁଦେବ ହେ!

ତୁମେ ଜନକ ବଶିଷ୍ଠ ତୁମେ ଅଟ ଦ୍ରୋଣ ବୀର

ଆମେ ଧ୍ରୁବ ପ୍ରହଲ୍ଲାଦ ପୁଣି ଶ୍ରବଣକୁମାର

ଆହେ ଗୁରୁଦେବ ହେ!

ତୁମେ ନିତ୍ୟ ସନାତନ ତୁମେ ବ୍ୟାପ୍ତ ଚରାଚର

ତୁମ ବିନା ନାହିଁ କିଛି ଗତି ମୁକତି ଆମର

ଆହେ ଗୁରୁଦେବ ହେ!

ତୁମେ ଦୂର କରୁଅଛ ଆମ ଅନ୍ତରୁ ଅଜ୍ଞାନ

ସରସ ସୁନ୍ଦର ହୁଏ ଆମରି ଏଇ ଜୀବନ

ଆହେ ଗୁରୁଦେବ ହେ!

ତୁମ କୃପାବାରି ଯଦି ନିତି ତୁମେ ଝରାଇବ

କ୍ଷିତିପୃଷ୍ଠେ ଆମ ନାମ କେତେ ଯେ ଉଜ୍ଜ୍ୱଳ ହେବ

ଆହେ ଗୁରୁଦେବ ହେ!

ତୁମେ ଦେଲେ ଆଶୀର୍ବାଦ ଟେକି ତୁମ ବେନିକର 

ଆମେ ବାଟ ଚାଲୁଥିବୁ ଉଚ୍ଚେ ଟେକି ଆମ ଶିର

ଆହେ ଗୁରୁଦେବ ହେ!!!

ତୁମ ଚରଣ କମଳେ ଏହି ମାଗୁଣି ଆମର 

ସତ୍ୟପଥେ ଧର୍ମପଥେ କରୁଥାଅ ଆଗୁସାର

ଆହେ ଗୁରୁଦେବ ହେ!

ନିତି ସନ୍ଧ୍ୟା ସକାଳରେ ବେନି ଚରଣେ ତୁମର 

ମଥାନତ କରିମାଗୁ କୃପା ଆଶିଷ ଅପାର

ଆହେ ଗୁରୁଦେବ ହେ!



Rate this content
Log in