STORYMIRROR

Premasila Behera

Others

3  

Premasila Behera

Others

ଗୁରୁ ଦିବସ

ଗୁରୁ ଦିବସ

1 min
166

  ଯାହାଠୁ ପ୍ରଥମେ  ଅକ୍ଷର ଚିହ୍ନିଲି

    ପ୍ରଥମ ଗୁରୁ ସେ ଥିଲେ

ସିଲଟ ଖଡିରେ  ଶ୍ରୀ ଓମ୍ ଲେଖାଇ

   ବିଦ୍ୟାରମ୍ଭ କରାଇଲେ ।।


ହାତ ଧରି ମୋର  ଶିଖାଇଲେ ସବୁ

   ଅନ୍ଧାରୁ ଆଲୋକେ ନେଲେ

ପିତା ପରି ମୋତେ  ସ୍ନେହ ବି କରିଲେ

    ଭଲ ବାଟ ଦେଖାଇଲେ ।।


ଗୁରୁ ଦେଇଥିବା    ଜ୍ଞାନ ପାଇ ମୁହିଁ 

     ସଂସାର ନଉକା ବାହି

ଦୁଃଖକୁ ଦୂରେଇ    ସୁଖକୁ ସାଉଁଟି 

     ଚାଲୁଛି ଖୁସିରେ ମହୀ ।।


ସେହି ଗୁରୁ ମୋର   ଅଟନ୍ତି ମହାନ

    ବ୍ରହ୍ମା ବିଷ୍ଣୁ ମହେଶ୍ୱର

ତାଙ୍କ ଆଶିର୍ବାଦେ ଚାଲେ ମୋର ରଥ

   କରଇ ତାଙ୍କୁ ଜୁହାର ।।


ଗୁରୁ ଦିବସରେ   ସେ ଗୁରୁ ପୟରେ

     କରୁଅଛି ମୁଁ ପୂଜନ

ଯେଉଁ ଠି ଥାଆନ୍ତୁ ସେ ଗୁରୁ ମୋହର

   ତାଙ୍କୁ କରେ ମୁଁ ନମନ ।।


ଅଜ୍ଞାନ ହରତା    ଜ୍ଞାନର କରତା

     ସତବୁଦ୍ଧି ପ୍ରଦାୟକ

ମୂକକୁ ବାଚାଳ    ଯେ କରି ପାରନ୍ତି

   ତାଙ୍କ ପୟେ ମୋ ମସ୍ତକ।।


ଦ୍ଵିତୀୟ ଈଶ୍ଵର    ପାଦେ ନମସ୍କାର

    ଅଜ୍ଞାନତା ଯାଏ ଦୂର 

ତାଙ୍କ କୃପାବଳେ    ଅସାଧ୍ୟଟି ସାଧ୍ୟ

    ସତେ ଗୁରୁ ଆଦିମୂଳ।।



Rate this content
Log in