STORYMIRROR

Subhasmita Mohanty

Others

3  

Subhasmita Mohanty

Others

ଗୁରୁ ଦିବସ

ଗୁରୁ ଦିବସ

1 min
126


ଗୁରୁ ଯେ ବ୍ରହ୍ମା ଗୁରୁ ଅଟନ୍ତି ବିଷ୍ଣୁ

ଗୁରୁ ସ୍ୱୟଂ ପରଂବ୍ରହ୍ମ,

ଗୁରୁ ବିନା ଜୀବନ ଅନ୍ଧକାର ମୟ

ମିଳେ ନାହିଁ ବ୍ରହ୍ମଜ୍ଞାନ।


ପିତା ମାତା ଅଟନ୍ତି ପ୍ରଥମ ଗୁରୁ

ହେଳା କରିବାନି କେବେ,

ତାଙ୍କ ଋଣ କେବେ ଶୁଝି ପାରିବାନି

କର ଯୋଡୁ଼ଥିବା ସର୍ବେ। 


ଶିକ୍ଷକ ଅଟନ୍ତି ଯେ ଦ୍ୱିତୀୟ ଗୁରୁ

ପ୍ରତି ଛାତ୍ର ଜୀବନ ରେ,

ଗୁରୁ ଆଦର୍ଶେ ଅନୁପ୍ରାଣିତ ହୋଇ

ଯଶ ରଖେ ଏହି ପୁରେ। 


କୀଟ ଓ ପ୍ରାଣୀ ସେ ଯେ ଗୁରୁ ସମାନ

ଶିକ୍ଷା ପାଉ ତାଙ୍କ ଠାରୁ,

ହୀନ କେବେ ତାହାଙ୍କୁ ଭାବିବା ନାହିଁ

ସେ ମଧ୍ୟ ଆମର ଗୁରୁ।


ଗୁରୁ ଆମ ଧର୍ମ କର୍ମ ଯେ ଅଟନ୍ତି

ସଂସ୍କାର ଦାୟକ ସେହି,

ତାଙ୍କ ପାଦେ ମୋର କୋଟି ପ୍ରଣାମ

ଜଣାଉଛି ଆଜି ମୁହିଁ।


ଯେତେ ବଖାଣିଲେ ଶେଷ ନ ହୁଅଇ

ଗୁରୁ ଙ୍କ ଏହି ମହିମା,

ଧନ୍ୟବାଦ ଦେଇ ପୂଜା କରୁଅଛି 

କରିବି ନିତି ବନ୍ଦନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍