ଗୁରୁ ବନ୍ଦନା
ଗୁରୁ ବନ୍ଦନା


ଗୁରୁ ତ ବ୍ରହ୍ମା ଗୁରୁ ବି ବିଷ୍ନୁ
ଗୁରୁ ପରା ମହେଶ୍ବର
ଶିକ୍ଷା ଦାନ ଦେଇ ଗଢ଼ନ୍ତି ଆମକୁ
ପାଉ ପଥ ଆଲୋକର ।
ସେପ୍ଟେମ୍ବର ପାଞ୍ଚ ତାରିଖ ଦିନ
ଜନମି ଥିଲେ ଡଃ ସର୍ବପଲ୍ଲି ରାଧାକ୍ରିଷ୍ଣନ
ତାଙ୍କର ବ୍ୟକ୍ତିତ୍ୱ ଥିଲା ମହାନ
ଗୁରୁ ଦିବସ ଭାବେ ମାନୁ ସେଦିନ ।।
କା' ଠୁ ଶିକ୍ଷା ପାଇଁ ତ ହୋଇଛେ ଠିଆ
ପ୍ରଥମ ଗୁରୁ ନିଜ ବାପା ମା ।
ମନେ ରଖି ତାଙ୍କ ଶିକ୍ଷା ର ଗୁଣ
ନ ଭୂଲି ତାଙ୍କୁ ଦିଅ ସମ୍ମାନ ।।
ପାଖେ ପାଖେ ଅଛି ଗୁରୁ ଙ୍କ ଆଦର୍ଶ
ଲେଖାରେ ଅବର୍ଣ୍ଣନୀୟ ।
ଗୁରୁଜୀ ଗୁରୁମା ଗଢି ତୋଳିଛନ୍ତି
ଆମର ସେ ମାନନୀୟ ।।
ଗୁରୁ ଙ୍କ ର ସ୍ନେହର ଆକଟ
ବିତି ଯାଉ ଥିଲା ଆମ ଦିନ ।
ଗୁରୁ ଙ୍କ ଶିକ୍ଷାରେ ସହଜ ଲାଗଇ
ପଢୁ ଥିଲୁ ପାଠ ଦେଇ ମନ ।।
ପବିତ୍ର ସମ୍ପର୍କ ଗୁରୁ ଓ ଶିଷ୍ୟର
କେଉଁ ଯୁଗରୁ ତ ଅଛି ।
ଶିକ୍ଷା ପାଇଁ ଗୁରୁ ପରମବ୍ରହ୍ମ ସାଜନ୍ତି
ଅଜ୍ଞାନ ଅନ୍ଧାର ପୋଛି ।।
ଦେଇ ପାରିବାନି ଗୁରୁ ଙ୍କ ଦକ୍ଷିଣା
ଆଜୀବନ ଆମେ ରୁଣୀ
ସାର୍ଥକ ହୋଇବ ଅନୁ ସରିଗଲେ
ଏକଲବ୍ୟ ଓ ଆରୁଣୀ ।।