STORYMIRROR

Chittaranjan Nanda

Others

3  

Chittaranjan Nanda

Others

ଗୁରୁ ବିନା ଉତ୍ତମ ମାନବଅସମ୍ଭବ

ଗୁରୁ ବିନା ଉତ୍ତମ ମାନବଅସମ୍ଭବ

1 min
242


ଶରୀରର ଘା କିଛି ଦିନେ ଶୁଖି ଯାଏ,

ଯନ୍ତ୍ରଣା ତ କମିଯାଏ 

ହୃଦୟର ଯନ୍ତ୍ରଣା ତ ବହୁ ସମୟ ଧରି

ମଣିଷକୁ କଷ୍ଟ ଦିଏ ।


ହୃଦୟର ଯନ୍ତ୍ରଣା ସମସ୍ତଂକ ଜୀବନରେ

ଆସେ ଭଉଣୀ ଭାଇ

ଯନ୍ତ୍ରଣା ଅନୁଭୂତିରୁ ମଣିଷ ତ ଅଶେଷ

ଶିକ୍ଷା ପାଇ ଥାଇ ।


ଯଦି ହୃଦୟଟା ସ୍ନେହ ଓ ପ୍ରେମରେ

ବନ୍ଧା ହେବ

ସେ ମଣିଷ ସଦା ସତ୍ୟ ନ୍ୟାୟ 

ପଥରେ ଚାଲି ପାରିବ ।


ନ୍ୟାୟ ପଥ ସର୍ବଦା ଅଟେ ଜାଣ 

ଗୋଲାପ ଫୁଲ ଭଳି

କଣ୍ଟା ଆଘାତ ସହିବାକୁ ହେବ, 

ଗଲେ ତାକୁ ତୋଳି।


ପଙ୍କରେ ପଶିବାକୁ ହୁଏ, ପଦ୍ମ ଫୁଲ 

ଯିଏ ତୋଳିବାକୁ ଯିବ

ବିନା ଶାମୁକା ସଂଗ୍ରହରେ ମୁକ୍ତାର 

ସନ୍ଧାନ କଅଣ କରି ହେବ ।


ଗୁରୁ ଅଟନ୍ତି, ପିତା ମାତା ଜ୍ଞାନ ଦାତା 

ଓ ନିଜର ଅଭିଜ୍ଞତା

ମହାନ ସେ, ଯିଏ ଦୁଃଖ, ଯନ୍ତ୍ରଣା ଭୁଲି,

କର୍ମରେ ହୁଏ ତତ୍ପରତା।


ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆଲୋକର ପଥ 

ଦେଖାନ୍ତି ଛାତ୍ରଙ୍କୁ ଗୁରୁ,

ତାଙ୍କ ଶିକ୍ଷା ବଳେ ପାଇ ସର୍ବ ଜ୍ଞାନ ମନୁଷ୍ୟ

ମୁକ୍ତ ହୁଅନ୍ତି ଅଜ୍ଞାନରୁ ।


ଗୁରୁ ଶିକ୍ଷା ବିନା ଉତ୍ତମ ମାନବ ଗଢିବା

ଅଟେ ଅସମ୍ଭବ

ଏହି ଉଦ୍ଦେଶ୍ୟରେ ଗୁରୁପୂର୍ଣ୍ଣିମା, ପବିତ୍ର 

ଦିନ, ପାଳନ୍ତି ସଂସାର ଯାକର ମାନବ  ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍