STORYMIRROR

Chinmaya Kumar Nayak

Others

4  

Chinmaya Kumar Nayak

Others

ଗୁରୁ:ଆଲୋକ ବର୍ତ୍ତିକା

ଗୁରୁ:ଆଲୋକ ବର୍ତ୍ତିକା

1 min
310

ଗାଁ ଚାଟଶାଳୀ ଲଣ୍ଠନ ଆଲୁଏ, 

ଅବଧାନଙ୍କର ଛାଟ,

ଆଣ୍ଠୁ ତଳେ ଗୋଡି ଆଙ୍ଗୁଠିକୁ ମାଡ଼, 

ମନେପଡ଼େ ସେ ଅତୀତ।


ଚଉକି ବସିବା, ଉଠବସ ହେବା, 

ଦଣ୍ଡ କେତେ ରକମର,

ନିଜକୁ ଚାପୁଡ଼ା ମାରିବାର କଳା, 

ମହାଶିକ୍ଷା ଜୀବନର।


ସ୍ତର ପରେ ସ୍ତର ଚାଟଶାଳୀ ଠାରୁ, 

ବିଶ୍ୱବିଦ୍ୟାଳୟ ଯାଏଁ,

ଗୁରୁଙ୍କ ଆଲୋକ ବର୍ତ୍ତିକା ଆଜି ବି, 

ଅନ୍ଧାରେ ପଥ ଦେଖାଏ।


କର୍ମ ଜୀବିକା ଓ ମନୁଷ୍ୟତ୍ୱ ଶିକ୍ଷା, 

ଆଜି ମାନଦଣ୍ଡ ସାଜେ,

ସେହି ଗୁରୁଙ୍କର ସ୍ଵଚ୍ଛ ଆଶିଷରେ, 

ଜ୍ଞାନର ରୋଷଣୀ ସାଜେ।


ନମନ ଆଜି ସେ ଗୁରୁଙ୍କର ପଦେ, 

ଆଜି ଏ ଜୀବନ ପାଇଁ,

ପିତାମାତା ଜନ୍ମ ପାଳନ କାରଣ, 

ଚରିତ୍ର ଗୁରୁଙ୍କ ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍