STORYMIRROR
ଗୁଡ଼ି
ଗୁଡ଼ି
ଗୁଡ଼ି
ଗୁଡ଼ି
ଲଟେଇଟି ମୋର
ରହିଛି ବଶେ
ଗୁଡ଼ି ଉଡ଼ିଗଲା
କାହିଁ ଆକାଶେ l
ପୁଣି ମୁଁ ସୂତାକୁ
ଟାଣିଲି ଯେତେ
ଆଉ ନ ରହିଲା
ମୋର ଆୟତ୍ତେ l
ଆଉ କାହୁଁ ଗୁଡ଼ି
ଚଞ୍ଚଳ ଆସି
ମୋ ଗୁଡ଼ି ଦେହରେ
ହୋଇଲା ଘଷି l
ମାଂଜା ସୂତା ମୋର
ଗଲାଟି କଟି
ପବନ ନେଲା ମୋ
ଗୁଡିଟି ଲୁଟି l
ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍
More oriya poem from Biswaranjan Mohanty
Download StoryMirror App