Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ଗୁରବେ ନମଃ

ଗୁରବେ ନମଃ

1 min
443



ଗୁରୁ ତୁମେ ମୋର 

  ଅନ୍ଧାର ଆକାଶେ

  ଆଶାର ପୁନେଇଁ ଜହ୍ନ ,

ତୁମେ ବ୍ରହ୍ମା ତୁମେ

  ବିଷ୍ଣୁ, ମହେଶ୍ୱର 

  ଗୁରୁ ମୋର ପରଂବ୍ରହ୍ମ  ।।


ଉତ୍ତାଳ ତରଙ୍ଗ 

  ନୀଳ ବାରିଧି ରେ 

   ଗୁରୁ ନିସ୍ତାର ନଉକା ,

ଅମା,ଅନ୍ଧକାର 

   ସରଣୀ ରେ ଗୁରୁ 

   ତୁମେ ଆଲୋକ ବର୍ତ୍ତିକା  ।।


ଅଜ୍ଞାନ ତିମିର 

 ଆବରଣ ତୁଟେ 

ତବ ପଦ ସେବା କଲେ ,

 ଗୁରୁ ଜ୍ଞାନ ସୂର୍ଯ୍ୟ 

  ରଶ୍ମି ରେ ଜୀବନ 

  ସହସା ଉଜ୍ବଳି ଉଠେ ।।


ଗୁରୁ ବିନା ଜୀବ 

 ନିସ୍ତାର ନାହିଁ ସେ 

  ସବୁଠାରୁ ବଡ଼ ଧନ ,

ଗୁରୁଦେବ,ବେଦ, 

ଗୀତା,ଜଜ୍ଞ,ହୋମ 

  ଗୁରୁ ତ ମହା ପୁରାଣ ।।


ତୁମେ ମାତା,ପିତା,

  ବନ୍ଧୁ,ସହୋଦର 

  ତୁମେ ମୋ ଜୀବ ଜୀବନ ,

ତୁମ ପଦ୍ମ ପାଦେ 

  ଅଧମ ଜନ ମୁଁ 

  ମାଗୁଛି ଦିଅ ହେ ଶରଣ  ।।



Rate this content
Log in