STORYMIRROR

Ajit Kumar Raut

Others

4  

Ajit Kumar Raut

Others

ଗୁଞ୍ଜେ ଶିବ ମହିମା

ଗୁଞ୍ଜେ ଶିବ ମହିମା

1 min
399


ପୂର୍ବ ସିଂଭୂମେ ଚିତ୍ରେଶ୍ୱର ବାବା

 ଗୁଞ୍ଜେ ବାନା ଅହର୍ନିଶି 

ମନବାଞ୍ଛା ଭକ୍ତେ ପୂରଣ କରନ୍ତି

 ଭକ୍ତି ପଦେ ଦିବାନିଶି।


ଥିଲା ସିଂଭୂମ ଉତ୍କଳ ମୁକୁଟ

 ବାନା ଚିତ୍ରେଶ୍ୱର ଉଡେ 

ହୁଅନ୍ତିଟି ରୁଣ୍ଡ ବାବାଙ୍କର ଭକ୍ତ

 ଗୌରବ ଜିଲ୍ଲାର ବଢେ।


କେତେ କାଳୁ ଏଠି ରହିଛି ମନ୍ଦିର

 ନାହିଁଟି ଜଣା ସମୟ 

ଅକର୍ମା ଦାନୀର ନାମ ଗୁଞ୍ଜୁ ଅଛି

 ଶକ୍ତିର ହୁଏ ସଞ୍ଜୟ।


ହେବ ବେଶି ବର୍ଷ ତିନି ହଜାରରୁ

 ନିର୍ଦ୍ଦିଷ୍ଟ ସମୟ କାହିଁ 

ବୃଦ୍ଧଜନଙ୍କର କହିବା କଥାରୁ

 ବର୍ଣ୍ଣିଛି ଏଠାରେ ମୁହିଁ।


ଏଠି ପ୍ରତିଦିନ ଭକ୍ତଙ୍କର ରୁଣ୍ଡ

 ଗୁଞ୍ଜେ ଚିତ୍ରେଶ୍ୱର ବାନା 

ହୁଏ ଧନ୍ୟ ଭକ୍ତ ଶୁଣି ଭକ୍ତ ରାବ୍

  ଗୁଞ୍ଜନ ଭକ୍ତିର ବାନା।

  

ନାହିଁ ଶକ୍ତି କାରେ ତାରେ ଚିହ୍ନିବାକୁ 

 ଅନାଦି ଅନନ୍ତ ପରା 

ପାପୀ ଦର୍ପହାରୀ ବନ୍ଧୁ ଭକ୍ତଙ୍କର

 ସର୍ବ ଶକ୍ତିମାନ ପରା।


ଭକ୍ତି ଭାବ ଯହିଁ କରୁଣାଟି ତହିଁ

 ପୂର୍ଣ୍ଣ ହୁଏ ମନବାଞ୍ଛା 

କୃପା ଦୃଷ୍ଟି ତହିଁ ଥାଏ ନିରନ୍ତର

 ଯହିଁରେ ତ୍ୟାଗର ବାଞ୍ଛା।


ଶ୍ରାବଣ ମାସରେ ରୁଣ୍ଡ ଭକ୍ତଙ୍କର

 ଲକ୍ଷ ଲକ୍ଷ ସଂଖ୍ୟା ଯହିଁ 

ଭକ୍ତ ମନୋବାଞ୍ଛା ପୂରଣ କରନ୍ତି

 ଅନାଦି ଅନନ୍ତ ତହିଁ।


ହଜାର ହଜାର ଠୁଳ ଭକ୍ତଙ୍କର 

 ପ୍ରତିଦିନ ମନ୍ଦିରରେ 

କିପରି ବର୍ଣ୍ଣିବି ଶିବଙ୍କ ମହିମା

 ନାହିଁ ପଟାନ୍ତର କାରେ।


ଯୁଗ ଯୁଗ ଧରି ବିରାଜମାନଟି

 ବର୍ଣ୍ଣିବାରେ ଅସମ୍ଭବ 

ରୁଦ୍ର ରୂପ ଧରି ଭକ୍ତଙ୍କୁ ରଖନ୍ତି

 ଅକର୍ମା ଦାନୀଏ ଦେବ

   

କରନ୍ତି ସଂହାର ପାପୀ ଦୁରାଚାରୀ

 ଭକ୍ତଙ୍କର ମହାଦେବ 

ଆସ ଚିତ୍ରେଶ୍ୱରେ ଦର୍ଶନ ନିମନ୍ତେ

 ପୂଜନେ ତ୍ରିଲୋକ ଦେବ।


ରାଷ୍ଟ୍ରର ମଙ୍ଗଳ କରିବା କାମନା

 ହେଉ ରାଷ୍ଟ୍ର ଶକ୍ତିଶାଳୀ 

ଆତ୍ମନିର୍ଭରଟି ଜନତା ହୁଅନ୍ତୁ

 ହୁଅନ୍ତୁ ସେ ବଳଶାଳୀ।


ପୂରଣ କରିବେ ବାବା ଚିତ୍ରେଶ୍ୱର

 କରିଛି ହୃଦେ ଭରସା 

ନାମ ଗାଇଗାଇ ବିତୁ ଏ ଜୀବନ

 କରିଛି ତାଙ୍କରେ ଆଶା।  


ତବ ବିନୁ ଗତି ନାହିଁ ଚିତ୍ରେଶ୍ୱର

 ଦିଅହେ ଶକତି ମୋତେ 

ମନ ପ୍ରାଣ ରହୁ ଚରଣେ ତହର

 କରହେ କରୁଣା ମୋତେ।


ନମଃ ଶିବାୟର ରାବ ଗୁଞ୍ଜୁ ହୃଦେ

 ରାବ ଚିତ୍ରେଶ୍ୱର ଗୁଞ୍ଜୁ 

ସତ୍ୟ ଅହିଂସାର ଭାବ ଗୁଞ୍ଜୁ ହୃଦେ 

 କର୍ମ ଜ୍ଞାନ ହୃଦେ ଗୁଞ୍ଜୁ।


ଜନକଲ୍ୟାଣରେ ରହୁ ସେବା ଭାବ

 ରାଷ୍ଟ୍ର ସେବା ହେଉ କର୍ମ 

ଧର୍ମ ପଥେ ରହୁ ମନୁଷ୍ୟ ଶରୀର

 ଭକ୍ତି ଚିତ୍ରେଶ୍ୱରେ ଧର୍ମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍