STORYMIRROR

Ajit Kumar Raut

Others

4  

Ajit Kumar Raut

Others

ଗୁଞ୍ଜେ ପତିବ୍ରତା ଧର୍ମ

ଗୁଞ୍ଜେ ପତିବ୍ରତା ଧର୍ମ

1 min
216

ସାହସ ଦୃଢ଼ତା ଶକ୍ତିରେ ଭୂଷିତ

 ପତିବ୍ରତା ହିଁ ମହିଳା

ଦେଲେ ପରିଚୟ କସ୍ତୁରବା ଗାନ୍ଧୀ

 ତାଙ୍କ ଗୁଞ୍ଜୁଅଛି ନୀଳା।


ମୋହନଦାସ କରମଚାନ୍ଦଙ୍କ

 ଧର୍ମପତ୍ନୀ କସ୍ତୁରବା 

ପତିବ୍ରତା ନାରୀ ଶକ୍ତିମୟୀ ସେହୁ

 ଗୁଞ୍ଜୁଅଛି ପତି ସେବା।


ମହାତ୍ମାଗାନ୍ଧୀଙ୍କ ଜୀବନ ସଙ୍ଗିନୀ

 ଆନ୍ଦୋଳନ ରେ ଆଗୁଆ 

ପତି କାର୍ଯ୍ୟରତ ସ୍ୱାଧୀନ ସଂଗ୍ରାମେ

 ପତି ସେବାରେ ଭି ଆଗୁଆ।

  

ଅଂଗ୍ରେଜୀ ବିରୋଧେ ଥିଲା ଆନ୍ଦୋଳନ

  ଦେଶ ସ୍ୱାଧୀନିର ପାଇଁ 

ଅହିଂସାର ମନ୍ତ୍ର ଥିଲା ଆନ୍ଦୋଳନେ

  ଦେଶ ସ୍ୱଭିମାନ ପାଇଁ।


କେତେ ଜେଲଦଣ୍ଡ ଭୋଗିଛନ୍ତି ଗାନ୍ଧୀ

  ଭୋଗିଛନ୍ତି ପତ୍ନୀ ସଙ୍ଗେ 

ଛାଡି ନାହିଁ ଦିନେ ପତିର ସଙ୍ଗକୁ

  ପତିସେବାଟି ସର୍ବାଙ୍ଗେ


ଗଲେ ଜେଲେ ପତି ଜେଲକୁ ଯାଆନ୍ତି

  ମନରେ ନାହିହିଁ ଦୁଃଖ 

ସର୍ବଦା ଆଗୁଆ ଏହୁ ଆନ୍ଦୋଳନେ

  କର୍ତ୍ତ୍ୟବରେ ଅଭିମୁଖ।


ହଟୁ ପରାଧୀନ ମିଳୁ ସ୍ୱାଧୀନତା

 ପତିଙ୍କର ସେବା ରହୁ 

ନାହିଁ ପତ୍ନୀଧର୍ମେ ବିଚଳିତ କେବେ

 ରାଷ୍ଟ୍ରଧର୍ମ ହୃଦେ ରହୁ।


ମନା କଲେ ପତି ବାଧ୍ୟ ସେ କରନ୍ତି

 ଏପରି କାହିଁକି କୁହ 

କର୍ତ୍ତବ୍ୟ ମୋହର ତୁମରି ସେବା ହିଁ

 କିମ୍ପା ମନା କର କୁହ?


ରାଷ୍ଟ୍ର କାର୍ଯ୍ୟ ପରା ଜୀବନେ ଚନ୍ଦନ

  ନିତ୍ୟେ କହୁଥାଅ ପରା 

କର୍ମପଥୁ କିମ୍ପ ଦୂର କରୁଅଛ

 ଜୀବନ ସଙ୍ଗନୀ ପରା।


ଯହିଁ ଥିବ ତୁମେ ଥିବି ମୁହିଁ ସଙ୍ଗେ

 ଏହୁତ ପତ୍ନୀର ଧର୍ମ 

କରିବା ସ୍ୱାଧୀନ ରାଷ୍ଟ୍ରକୁ ଆମର

 ଅଟେ ଟି ମନୁଷ୍ୟ ଧର୍ମ।


ଅହିଂସାର ମନ୍ତ୍ରେ ସ୍ୱାଧୀନ ଭାରତ

  କସ୍ତୁରବା ସହଭାଗୀ 

ପତିବ୍ରତା ନାରୀ ପରିଚୟ ଦେଲା

  ହେଲାସେହୁ ଉପଯୋଗୀ।


ପତିପତ୍ନୀ ମିଳି ଆଣିଲେ ସ୍ୱାଧୀନ

 ଏକତ୍ରିତ କରି ଜନ 

ଗୁଞ୍ଜେ ବିଶ୍ବେ ସଦା ଅହିଂସାର ମନ୍ତ୍ର

 ସ୍ୱାଧୀନ ହୋଇଲେ ଜନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍