STORYMIRROR

BISWESWAR MAJHI

Others

4  

BISWESWAR MAJHI

Others

ଗୁଣ୍ଡିଚା ବାଡିରେ ଜଗା

ଗୁଣ୍ଡିଚା ବାଡିରେ ଜଗା

1 min
166

ଅଧାଗଢ଼ା ଦିଅଁ ଦାରୁ ଦେବତା ହେ ଦୟିନି ମୋ ବାରେ ଘେନ

ବିଶ୍ୱାବସୁର ବିଶ୍ୱାସକୁ ଭାଂଗି ମୋହିଲ ଜଗତ ଜନ  

ଇନ୍ଦ୍ରଦ୍ୟୁମ୍ନ ରାଜା ରାଣୀ ଶ୍ରୀଗୁଣ୍ଡିଚ଼ା ଲଭି କେଉଁ ପୁଣ୍ୟ ଫଳ

ପୁରୁଷୋତ୍ତମକୁ ମର୍ତ୍ତ୍ୟ ବୈକୁଣ୍ଠର ପ୍ରତିଷ୍ଠା ଦେଲେ ସକଳ  

ଅପୁତ୍ରିକ ବର ବରି ନେଲେ ବଂଶେ ଗର୍ବ ନ କରିବେ କେହି

ପିଣ୍ଡ ଦାନ ତାଂକ ଜଗନ୍ନାଥ ଦ୍ୟନ୍ତି ଯଥା ଦେହେ ତଥା ଦେହୀ  

ରତନ ବେଦୀରୁ ଜନମ ବେଦୀକୁ ବରଷେ ହରଷ ଯାତ

କରିବ କାଳିଆ ବଚନ ଦେଇଛି ଚଢ଼ି ନନ୍ଦିଘୋଷ ରଥ  

ଭୂତ ତଡ଼ିବାକୁ ଶଂକର ସେବକ ଗୁଣ୍ଡିଚା ବାଡ଼ି ଶୋଧନ

କରିବେ ଜଜ୍ଞ ବେଦୀକୁ ଚତୁର୍ଦ୍ଧା ମୂରତିଂକ ଆଗମନ  

ଆଷାଢ଼ ଶୁକଳ ଦୁତୀୟା ତିଥିରେ ଭାଇ ଭଉଣୀ ସହିତ

ନନ୍ଦିଘୋଷ ତାଳଧ୍ୱଜ ଦର୍ପ ଦଳନ ତିନିଟି ରଥ  

ନବ ଦିନ ପାଇଁ ଯାତ ସିନା ନାମ ଦଶାବତାର ଯାତରା

ପତିତ ଜବନ ଦରଶନ କରି ତରିବେ ସଂସାର ପାରା  

ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ଦରଶନ ପୁଣ୍ୟ ଫଳେ

ହେରା ପଂଚମୀରେ ଲକ୍ଷ୍ମୀଂକର ରୋଷ ପ୍ରାଣପ୍ରିୟଂକର ହେଳେ  

ଅଷ୍ଟମୀ ତିଥିରେ ଦକ୍ଷିଣ ମୋଡ଼ରେ ଫେରିବାକୁ ସଜବାଜ

ଦଶମୀରେ ପୁଣି ବାହୁଡ଼ା ବିଜୟ ଛାଡ଼ି ଜନ୍ମ ବେଦୀ ନିଜ  

ନବ ଦିନ ଯାତ ନବଧା ଭକତି କରଇ ପରିପ୍ରକାଶ

ପତିତପାବନ ବାନା ପତିତଂକ ପୁରଣ କରନ୍ତୁ ଆଶ  



Rate this content
Log in