STORYMIRROR

Dr Subas Chandra Rout

Others

3  

Dr Subas Chandra Rout

Others

ଗୁଣ ଗାଇବି

ଗୁଣ ଗାଇବି

1 min
173

ମୁଖ ନିସୃତଃ କବି – ସନ୍ଥ କବୀର ଦାସ 

ଅନୁବାଦ - Dr Subas Chandra Rout

ନିର୍ଭୟେ ନିର୍ଗୁଣ ଗୁଣ ଗାଇବି,

ପଦ୍ମ ଆସନେ ଦୃଢ଼େ ବସିବି, ଉଦ୍ଧ୍ୱର୍କୁ ବାୟୁ ଛାଡ଼ି ମୁଁ ଦେବି,

ମନ ମମତା ଦୃଢ଼ କରିବି, ପଞ୍ଚ ତତ୍ତ୍ୱ ମୁଁ ମିଶେଇ ଦେବି ।

ଇଙ୍ଗଳା ପିଙ୍ଗଳା ସୁଖମନ୍ ତ୍ରିବେଣୀ,

ନଦୀ ଗର୍ଭରେ ମୁଁ ସ୍ନାନ କରିବି,

ଶୂନ୍ୟ ଶିଖରେ ଅନାହତ ବାଜେ, ଛତିଶ ରାଗ ଶୁଣେଇ ଦେବି,

କହେ କବୀର ଶୁଣନ୍ତୁ ସାଧୁ, ପତାକା ଜିତି ଉଡ଼େଇ ଦେବି ।


Rate this content
Log in