Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

TapaswiniDash Sarangi

Others

2  

TapaswiniDash Sarangi

Others

ଗୁହାରି ତୁମ ଶ୍ରୀଛାମୁରେ

ଗୁହାରି ତୁମ ଶ୍ରୀଛାମୁରେ

1 min
85


କାହିଁକି ମାଗିବି ଦିଅ ମୋତେ କିଛି

     ମାଗିକି ମାଗନ୍ତା ହେବି ନାହିଁ ହେ

ଦେଇଛ ଯେତିକି ସେତିକିରେ ଖୁସି

      ତୁମର ଚିନ୍ତନ କରୁଥିବି ହେ ।

ଧନ ବଇଭବ କିଛି ଦିନ ପାଇଁ

     ତୁମର କରୁଣା ମିଳୁଥାଉ ହେ

ଲୋଭ ମୋହ ପଛେ ଧାଇଁବିନି ପ୍ରଭୁ

    ତୁମର ସାନ୍ନିଧ୍ୟ ଇଛା କରୁଥିବି ହେ ।

ସତ୍ୟ ଧର୍ମ ପଥେ ଥିବି ଯଦି ମୁହିଁ

   ତୁମେ ମୋର ସାଥେ ରହୁଥିବ ହେ

ତୁଛ ଏ ଜୀବନ କିଛି ଦିନ ପାଇଁ

  ତୁମ ସେବାରେ ମନ ଦେଉଥିବି ହେ ।

ଜଳ ବିନା ମୀନ ହନ୍ତସନ୍ତ ସିନା

    ତୁମ ବିନା ଛଟପଟ ମୁଁ ହୁଏ ହେ

ତୁମେ ମୋର ହାତ ଧରିଛ ବୋଲିକି

   ମନେ ଆଶା କେତେ ବାନ୍ଧିଅଛି ହେ ।

ଥକିଯିବି ଯଦି ଏ ଜୀବନ ସୁଅରେ

     ହସ୍ତ ଧରି ଅଡାଇ ଦେବ ହେ

ପଥେ ମୋ ସାଥିରେ ପଥିକଟି ସାଜି

    ଅବାଟୁ ଦୂରରେ ରଖୁଥିବ ହେ ।

କରୁଣାମୟ ହେ ଏତିକି କରୁଣା

     ମୋର ପ୍ରତି ସବୁଦିନ ଥାଉ ହେ

ଜାଣେନା ଏ ପ୍ରାଣ କେତେ ଦିନ ପାଇଁ

   ଉଡିଯିବ ପକ୍ଷୀ କେତେବେଳେ ହେ ।


Rate this content
Log in