Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Others

3  

Madhusmita Prusty

Others

ଗୁହାରି ଶୁଣ ମହାବାହୁ

ଗୁହାରି ଶୁଣ ମହାବାହୁ

1 min
220



ଦୂରେ ଥାଇ ଭକ୍ତ ଡାକୁଛି କାଳିଆ

ବାହୁ ପ୍ରସାରଣ କରି,

ଘୋର ସଙ୍କଟରୁ ଉଦ୍ଧାର କରିଦେ

ଆରେ ମନ୍ଦିର ଛାଡ଼ି |


ଦେଖିଯା ଥରେ ତୋ ସଂସାର ଅବସ୍ଥା

ହୀନିମାନ କେତେ ହେଉ,

ରୋଗ ଯନ୍ତ୍ରଣାରେ ପ୍ରାଣ ଛଟପଟ

ଦୁଃଖଶୁଣ ମହାବାହୁ |


କେତେ ଶିଶୁ ଏଠି ଅନାଥ ହେଲେଣି

ହିସାବ ନାହିଁରେ ଜଗା,

ତୁମ ସାନ୍ନିଧ୍ୟରୁ ବଞ୍ଚିତ କରନା

ନକରିହେ ହତଭାଗା |


ତୁମେ ତ ଆମର ଆମେ ତ ତୁମର

ମଝିରେ ବିପତ୍ତି କାହିଁ,

ଭକ୍ତ ଭଗବାନ ମଝିରେ ପ୍ରାଚୀର

କୁହ କାହିଁ ଭାବଗ୍ରାହୀ |


ବିଶ୍ୱ ବ୍ରହ୍ମାଣ୍ଡର ମଉଡମଣି ହେ

ସଂସାରର ମହାରାଜା,

ଭକ୍ତଙ୍କୁ କୋଳାଅ କୋଳରେ ତୁମର

ଆଉ ଦିଅ ନାହିଁ ସଜ୍ଜା |


ଘୋଷ ଯାତ୍ରା ବେଳେ ଗହଳି ଲାଗୁରେ

ପୂର୍ବ ପରି ବଡ଼ଦାଣ୍ଡେ,

ଅବଢ଼ା, ନିର୍ମାଲ୍ୟ,ଟଙ୍କତୋରାଣି ତୋ

ପାଉଥିବୁ ନିତି ତୁଣ୍ଡେ |


ପତିତପାବନ ଯଶ ରହିଥାଉ

ଯୁଗେଯୁଗେ କାଳେକାଳେ,

ତୁମ ନାମ ଗାଇ ଦିନ ବିତୁଥାଉ

ପୁଣ୍ୟଧାମ ମହୀତଳେ |



Rate this content
Log in