STORYMIRROR

Koushik Lenka

Others

3  

Koushik Lenka

Others

ଗୁଡ଼ି

ଗୁଡ଼ି

1 min
182

ଲୁହରୁ ଲହୁ

ଭିତରର ଦୂରତା ଖାଲି

ରଙ୍ଗ ଆଉ ସ୍ୱାଦର।।


ଏଠି ଭାଙ୍ଗିଦେବା ପରି

ଭାଙ୍ଗିଯିବା ବି ଖୁବ୍ ସହଜ।

ଅନେକ ଦିନରୁ ମୁଁ ଭାଙ୍ଗି ଗଲିଣି।


ଏବେ ଖାଲି

ତୁମେ ଯାହା ଦେଖ ସେସବୁ

ଅବଶୋଶର ବଳକା ପୁଞ୍ଜି।

ଆଶ୍ୱାସନାର ଆଖି ଠାରରେ

ଏଠି ଅନେକ ଥର ଭାଙ୍ଗିଯାଏ

ଆଶାର ମାଟି କୁମ୍ଫି


ପକେଟ ଭର୍ତ୍ତି ସମୟ

ଏଠି ଅଚିରେ ଖର୍ଚ୍ଚ ହୁଏ

ଗୋଟେ ଲୁଚକାଳିର ଲେଉଟାଣି ଗୀତକୁ

ମୁଁ ନିଇତି ଘୋଷାଏ ସେ ବନ୍ଦୀ ଶାରୀକୁ।


ବହୁଚୋରୀର ବିଛଣାରେ

ଶୋଇ ରହେ ଆଧୁନିକତାର ପ୍ଲାଷ୍ଟିକ ରଙ୍ଗ।

ଅହନ୍ତା ଆକାରର ଆତ୍ମୀୟତା

ଭିତରେ ଫୁଙ୍ଗୁଳା ପାଦରେ ମୁକୁଳା ନଡ଼ାକୁ

ଆଡ଼େଇ ଦେଇ;

ଏମିତି ଘୁରି ବୁଲେ ଗୁଡ଼ିଟିଏ।   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍