STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ଗୁଡାଏ କଥା

ଗୁଡାଏ କଥା

1 min
248


ଭିଡ଼ ଭିତରକୁ   

ସ୍ମୃତିର ଅଭାଷ  

ନୂତନ ସଂଯୋଗ ଆଣେ  

ପୁରୁଣା ମୁହଁର ସମ୍ପର୍କ ଭିତରେ 

କଲିଜା ହୃଦୟ ହାଣେ   ll


ଚିହ୍ନl ମୁଁହର ମୁରୁକି ହସାରେ 

ସମ୍ଭାଳି ନ ହୁଏ ଦଶା   

ଶୀହରଣ କମ୍ପି ମସ୍ତକେ ଚଢ଼େ 

ଜାଗରେ ଲୁପ୍ତ ନିଶା   ll


ଭାଵ ଦିଆନିଆ ପ୍ରଥମ ଛୁଆଁର 

ଅଙ୍କୁରିତ କରେ ଲତା   

ମନରେ ମନରେ ବିଭୋର କରେ 

ସ୍ମୃତିର ଅଭୁଲା କଥା   ll


ଚାରି ବାଟିଆ ଛକ କୋଣେ ବସି 

ପ୍ରେମିକର ରାହା ଦେଖା   

ପୁସ୍ତକ ଭିତରେ ଶୁଖିଲା ଗୋଲାପ 

କେତେ ପ୍ରେମ ପତ୍ର ଲେଖା   ll


ଆଇସକ୍ରିମ୍ ର କହଁଳିଆ ସ୍ପର୍ଶ 

ଲିପଷ୍ଟିକ୍ ବୋଳା ଓଠେ   

ପହଁରି ନ ଜାଣି ପୋଖରୀ ଡେଇଁବା 

ଖଦି କଚା ଧୋବା ତୁଠେ   ll


ମିଛରେ ମିଛରେ ଝୁଣ୍ଟି ପଡିବା 

ପଛକୁ ଅନାଇ ଥରେ   

କାଳେ ପ୍ରେମିକ ପଛଆଡି ଆସି 

ମଙ୍ଗ ସଳଖି ଧରେ   ll


ଶ୍ରେଣୀ ଗୃହେ ବସି ପରୀକ୍ଷା କକ୍ଷରେ 

କପି ଦିଆ ନିଆ ଭାଵ  

ସ୍କୁଲ ଘଣ୍ଟା ଯେବେ ଗରଜି ଉଠିବ 

କାଳେ ସିଏ" ଜଗି ଥିବ   ll


ସିନେମା ହଲ୍ ର ଶେଷ ଆସନରେ 

ହାତ ଧରି ଗପ ହେବା   

ନାନା ବର୍ଣ୍ଣର ସଙ୍ଗୀତ ମାଧ୍ୟମେ 

ନିଜ ଭାଵ ବଖାଣିବା   ll


କଲେଜ ଛାଡି ଘର ବାହୁଡା  

କରି'ସିନା"ହେଲା କାଳ  

ହାତକୁ ଦି ହାତ ଦମ୍ପତ୍ତି ଏବେ 

ପାଚି ସାରିଲାଣି ବାଳ   ll




Rate this content
Log in