STORYMIRROR

Binata Mohanta

Others

3  

Binata Mohanta

Others

ଗ୍ରୀଷ୍ମର ପଦାର୍ପଣ

ଗ୍ରୀଷ୍ମର ପଦାର୍ପଣ

1 min
227

ଧରାବକ୍ଷୁ ବସନ୍ତର ଗମନ

     ହୁଏ ପୁଣି ଗ୍ରୀଷ୍ମର ପଦାର୍ପଣ,

ବୈଶାଖ ଓ ଜ୍ୟେଷ୍ଠର ମିଶ୍ରଣ

     ପ୍ରଚଣ୍ଡ ଖରା ସହ ଗରମ ଭୀଷଣ ।।


ଗ୍ରୀଷ୍ମରେ ସୂର୍ଯ୍ୟତାପ ପ୍ରଖର

      ସବୁଜ କାନ୍ତି ମଳିନ ହୁଏ ଧରଣୀର,

ଜଳାଭାବେ ତରୁଲତା ଶୁଖି ଯାଆନ୍ତି 

      ଜଳଭ୍ରମେ ପଥିକ ମରୀଚିକା ପଛେଗୋଡାନ୍ତି।। 


ସବୁଜିମା ଭରା ପ୍ରକୃତି ଦିଶେ ଶ୍ରୀହୀନ

      ଗ୍ରାମବାଳକେ ମଜା ନିଅନ୍ତି ପୁଷ୍କରିଣୀ ସ୍ନାନ,

ରୈଦ୍ରତାପରୁ ବଞ୍ଚିବାକୁ ପଥିକ ଧରଇ ଛତା

      ଘରୁ ବାହାରିଲେ ଟାଣଖରାରେ ଘୁରାଏ ମଥା ।।


ଗ୍ରୀଷ୍ମରେ ଶାଗ ପଖାଳର ସ୍ୱାଦ ନିଆରା

      ତୋରାଣିଟିକେ ଢୋକିଦେଲେ ମନ ଶାନ୍ତି ପୁରା,

ଗଛମୂଳେ,ଦାଣ୍ଡପିଣ୍ଡାରେ ଭେଣ୍ଡିଆଙ୍କର ମେଳ

    ଥଟ୍ଟାମଜା, ହସଖୁସିରେ ବେଶ୍ ଜମୁଛି ତାସଖେଳ ।।


ସାଇଁ ସାଇଁ ଶଦ୍ଦ କରୁଛି ଝାଞ୍ଜି ପବନ

       ଆମ୍ବ ଗୋଟାଇବାକୁ ଲୋଭ ସଭିଙ୍କର ମନ

ପାଚିଲା ଆମ୍ବକୁ ଚୁଷି ମନେ ଲଭୁ ତୃପ୍ତି

       ଫଳମଧ୍ୟେ ଆମ୍ବରାଜା ନାହଁ ଅତ୍ୟୁକ୍ତି ।।


ଜଳ ବିହୁନେ ଅସୁବିଧାର ହୁଅନ୍ତି ସଭିଏଁ ସମ୍ମୁଖୀନ

       ଚାଷୀଭାଇର କାର୍ଯ୍ୟେ ଉପୁଜେ ନାନା ବିଘ୍ନ,

ବର୍ଷାର ଆଗମନେ ଧରା ହୁଏ ସୁଜଳା ସୁଫଳା

  ଗ୍ରୀଷ୍ମ କାରଣରୁ ହିଁ ସାଜେ ଧରଣୀ ଶସ୍ୟଶ୍ୟାମଳା ।। 


           

     


  


Rate this content
Log in