ଗ୍ରୀଷ୍ମ
ଗ୍ରୀଷ୍ମ
1 min
84
ଦାରୁଣ ନିଦାଘ ଦେଲା
ଦୁଃଖ ଅପ୍ରମିତ
ଅନେକ ଯାତନା ମଧ୍ୟେ
ପ୍ରାଣୀ ତଥାପି ଜୀବିତ ।।
ବୃକ୍ଷ ହୁଏ ପତ୍ରଝଡା
ଝାଞ୍ଜି ପବନ ପରଶେ
ପଶୁ ପକ୍ଷୀ ଜୀବ ଜନ୍ତୁ
ଅନାହାରେ ଶୋଷେ ।।
ବିରହ ଯନ୍ତ୍ରଣା ଦେଇ
ବିଦାୟୀ ବସନ୍ତ
କୋକିଲି ପଞ୍ଚମ ସ୍ୱର
ଆମ୍ରବନେ ଅନ୍ତ ।
ଝିଂକାରୀ ର ଝିଂ ଝିଂ
ଶବ୍ଦ କାନେ ଭରି
ମର୍ମେ ମର୍ମେ ମରୁଥିବ
ବକ୍ଷଲଗ୍ନା ଝୁରି ।।
