STORYMIRROR

Prabhati Debnath

Others

5.0  

Prabhati Debnath

Others

ଗ୍ରୀଷ୍ମ ଅବକାଶ

ଗ୍ରୀଷ୍ମ ଅବକାଶ

1 min
2.8K


ଗ୍ରୀଷ୍ମ ଅବକାଶେ ବୁଲି ବାହାରିଛୁ

ବେଙ୍ଗାଳୁରୁ ସହରରେ,

ଟ୍ରାଫିକ୍ ରାସ୍ତାରେ କେତେ ହଇରାଣ

ଅଟକି ଯାଉ ରାସ୍ତାରେ।

ବଡ଼ ବଡ଼ କୋଠା ଚାହୁଁ ଉପରକୁ

ବେକକୁ ଲାଗିଲା ବାଧା,

ଦୋକାନ ବଜାର ଥିଲେ ମଧ୍ୟ ଏଠି

ନେଟ୍ ରେ ଆସେ ସଉଦା।

ସୁନେଲି ରଂଗର ଆଲୋକର ବତୀ

ଦିଶେ ଚକମକ ହୋଇ,

ମହଲ ଗୁଡିକ ଏତେ ମଜାଦାର

ମନ ହରଣ କରଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍